ଆର୍‌ସିବିକୁ ହରାଇଲା ମୁମ୍ବାଇ

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବିପକ୍ଷରେ ୬ ୱିକେଟ୍‌ର ଦମଦାର ବିଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲ୍‌ର ଶୀର୍ଷ ୪ ଭିତରକୁ ପ୍ରବେଶ କରିଛି। ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ବିଫଳତା ଜାରି ରହିଥିବା ସତ୍ତ୍ବେ ତାଙ୍କ ଦଳ ଷଷ୍ଠ ବିଜୟ ସହିତ ଅଷ୍ଟମ ସ୍ଥାନରୁ ସିଧାସଳଖ ତୃତୀୟ ସ୍ଥାନକୁ ଲମ୍ଫ ମାରିଛି। ବିଗତ ୪ ମ୍ୟାଚ୍‌ରୁ ମୁମ୍ବାଇ ତିନି ଥର ପଶ୍ଚାତ୍‌ଧାବନରେ ୨୦୦ରୁ ଊର୍ଧ୍ବ ରନ୍‌ କରି ବିଜୟୀ ହେବା ଏହି ୫ ଥର ବିଜେତା ଦଳକୁ ପୁଣି ଲୟକୁ ଫେରାଇ ଆଣିଛି।