ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର, (ଏସ୍ ନ୍ୟୁଜ‌): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଯନ୍ତ୍ରୀଙ୍କର ଖଣ୍ଡଗିରି ସ୍ଥିତ ହାଉସିଂବୋର୍ଡ କଲୋନୀ ଘର ସହ ଏକକାଳୀନ ୩ଟି ସ୍ଥାନରେ ରେଡ କରାଯାଇଛି ।କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ ଘର, ବିଡିଏ କାର୍ଯ୍ୟାଳୟର ଚାମ୍ବର, ପୈତୃକ ଗ୍ରାମ କାକଟପୁରର ଶ୍ରୀଚନ୍ଦନପୁରରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଭିଜିଲାନ୍ସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଥିବା ଜଣାପଡ଼ିଛି ।