ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ କଳାହାଣ୍ଡି ପରିବାର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଉପ-ଜିଲ୍ଲାପାଳ ଭାବେ ଆଇ.ଏ.ଏସ୍ ଶ୍ରୀ ବେଦ ଭୂଷଣ ଦାୟିତ୍ଵ ଗ୍ରହଣ..

ଧର୍ମଗଡ,(ସାକ୍‌ସୀ ନ୍ୟୁଜ୍‌): ଧର୍ମଗଡ ଉପଖଣ୍ଡ ଉପ-ଜିଲ୍ଲାପାଳ ଭାବେ ଆଇ.ଏ.ଏସ୍ ଶ୍ରୀ ବେଦ ଭୂଷଣ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଧର୍ମଗଡ ଏନଏସି ର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ମଧ୍ଯ ଦାୟିତ୍ବ ତୁଲାଇବେ । ସଂଗଠନ ପରିବାର ର ପ୍ରତିଷ୍ଠାତା ଶ୍ରୀ ଉମାକାନ୍ତ ସୁନାନୀ ଙ୍କ ନେତୃତ୍ବରେ କାର୍ଯ୍ୟକର୍ତ୍ତା ରମେଶ ସାଗର, ନରେଶ ସୁନାନୀ, ରିଙ୍କୁ ମଙ୍ଗରାଜ,ସୁମିତ କୁମାର ଖମାରୀ, ରୋହିତ ବାଗ, ଧନୁର୍ଜୟ ବାଗ, ଶ୍ରବଣ ସୁନାନୀ , ସାହିଦ୍ ସୁନାନୀ, ପ୍ରମୁଖ ଆଜି ନୂତନ ଉପ-ଜିଲ୍ଲାପାଳ ଙ୍କୁ ଭେଟି ପୁଷ୍ପ ଗୁଚ୍ଛ ଉପ- ଢୋକନ ଦେଇ ସ୍ବାଗତ କରିଥିଲେ ଏବଂ ତାଙ୍କ ସହିତ ଧର୍ମଗଡ଼ ର ବିକାଶ କେମିତି ହୋଇ ପାରିବ ଆଲୋଚନା କରିଥିଲେ।

ସହର ର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ହାତ ବଢ଼ାଇବାକୁ ସେ ସୋସିଆଲ ୱେଲଫେୟାର୍ ଅର୍ଗାନେଯେସନ୍ କଳାହାଣ୍ଡି ପରିବାର ର କାର୍ଯ୍ୟକର୍ତ୍ତା ସଦସ୍ୟ ମାନଙ୍କୁ ଆହ୍ବାନ କରିଥିଲେ।ସଂଗଠନ ପରିବାର ର କାର୍ଯ୍ୟକର୍ତ୍ତା ରମେଶ ସାଗର, ନରେଶ ସୁନାନୀ, ରିଙ୍କୁ ମଙ୍ଗରାଜ,ସୁମିତ କୁମାର ଖମାରୀ, ରୋହିତ ବାଗ, ଧନୁର୍ଜୟ ବାଗ, ଶ୍ରବଣ ସୁନାନୀ , ସାହିଦ୍ ସୁନାନୀ, ଉମାକାନ୍ତ ସୁନାନୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସଂଗଠନ ସୋସିଆଲ ୱେଲଫେୟାର୍ ଅର୍ଗାନେଯେସନ୍ କଳାହାଣ୍ଡି ପରିବାର ତରଫରୁ ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଦାୟିତ୍ୱ ନେଇ ଥିବା ଉପ-ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଙ୍କୁ ପୁଷ୍ପଗୁଚ୍ଛ,ବୃକ୍ଷ ଓ ଉପ ଢୋକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।