ଚିକିତ୍ସାଧିନ ଅବସ୍ଥାରେ ସଦର ବିଧାୟକଙ୍କୁ ଭେଟିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ

ପୂର୍ବତନ ବିରୋଧୀ ଦଳ ନେତା ତଥା ସଦର ବିଧାୟକ ପ୍ରଦୀପ୍ତ ନାଏକଙ୍କୁ..

କଳାହାଣ୍ଡି,(ସାକ୍‌ସୀ ନ୍ୟୁଜ୍‌): ଦିଲ୍ଲୀଠାରେ ଚିକିତ୍ସାଧିନ ଅବସ୍ଥାରେ ପୂର୍ବତନ ବିରୋଧୀ ଦଳ ନେତା ତଥା ସଦର ବିଧାୟକ ପ୍ରଦୀପ୍ତ ନାଏକଙ୍କୁ ଭେଟିଛନ୍ତି କଳାହାଣ୍ଡି ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଙ୍ଘ ସଭାପତି ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ । ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଥିଲେ ।

ସଦର ବିଧାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଅନେକ ଉନ୍ନତି ହୋଇଥିବା ବେଳେ ବହୁତ କମ ଦିନ ମଧ୍ୟରେ ସେ କଳାହାଣ୍ଡି ଫେରି ଆସିବେ ବୋଲି ସୂଚନା ଦେଇଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ।

ସୂଚନାଯୋଗ୍ୟ ଯେ ସଦର ବିଧାୟକ ଶ୍ରୀ ନାଏକ କୋଭିଡରେ ଆକ୍ରାନ୍ତ ହୋଇ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ପ୍ରଥମେ ଭୁବନେଶ୍ୱର ଏମ୍ସ ପରେ ଦିଲ୍ଲୀ ଏମ୍ସ ଓ ବର୍ତ୍ତମାନ ଏକ ଭଡା ଘରେ ରହି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।