କନ୍ଧମାଳ: ଫୁଲବାଣୀ ସହର ୱାର୍ଡ ୯ ର ଇରିଗେସନ୍ କଲୋନୀ ମଧ୍ୟରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ପ୍ରକାର ସମସ୍ୟା ଥିବା ସ୍ଥାନୀୟ ଅଧିବାସୀ ଓ ସ୍କୁଲ କତୃପକ୍ଷ ପାଖରୁ ଶୁଣିବାକୁ ମିଳୁଛି । ଏହି ବିଦ୍ୟାଳୟ ଦୀର୍ଘ ୧୪/୦୩/୧୯୮୮ ମସିହା ସ୍ଥାପିତ ହୋଇଥିଲେ ସୁଧା ୩୭ ବର୍ଷ ହେଲା ଆଜିଯାଏ ସ୍କୁଲର ବିଭିନ୍ନ ପ୍ରକାର ସମସ୍ୟା ଘେରରେ ସ୍କୁଲ ଚାଲୁ ଅଛି । ସ୍କୁଲ୍ ରେ ମୁଖ୍ୟ ପିଇବା ପାଣିର ସମସ୍ୟା ରହିଅଛି ।
ସ୍କୁଲରେ ପିଲାଙ୍କ ପାଇଁ ପିଇବା ପାଣି ନାହିଁ , ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ ବାହାରୁ ପାଣି ଆଣିବାକୁ ପଡୁଛି । ସ୍କୁଲରେ ପାଚେରୀ ନ ଥିବାରୁ ସ୍କୁଲ ଭିତରକୁ ଗାଈଗୋରୁ, ଓ ବିଶେଷ କରି ମଦ୍ୟପ ଲକ ମାନେ ସନ୍ଧ୍ୟାରେ ସ୍କୁଲ ପରିସର ମଧ୍ୟରେ ମଦ୍ୟପାନ କରି ପରିବେଶକୁ ଖରାପ୍ କରିବାକୁ ଲାଗିଛନ୍ତି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବୀଣାପାଣି ସାହାଣୀ ଙ୍କ କହିବାନୁଯାୟୀ ବିଦ୍ୟାଳୟରେ ମୋଟ ପ୍ରଥମରୁ ପଞ୍ଚମ ଶ୍ରେଣୀ ଓ ଚଳିତ ବର୍ଷ ବ୍।ଲ ବାଟିକା ମିଶି ଛଅଟି ଶ୍ରେଣୀରେ ମୋଟ ୨୮ଟି ପିଲା ପାଠ ପଢୁଛନ୍ତି ।
୨୮ ପିଲାଙ୍କ ପାଇଁ ମୋଟ ଦୁଇଟି ଶ୍ରେଣୀ ଗୃହ ରହିଛି । ଗୋଟିଏ ଶ୍ରେଣୀରେ ବାଲ ବାଟିକା, ପ୍ରଥମ, ଦୂତୀୟ, ତୃତୀୟ, ଓ ଅନ୍ୟ ଶ୍ରେଣୀରେ ଚତୁର୍ଥ, ଓ ପଞ୍ଚମ ଶ୍ରେଣୀ ପିଲା ପାଠ ପଡ଼ୁଛନ୍ତି । ଯଦି ଗୋଟିଏ ଶ୍ରେଣୀରେ ଚାରୋଟି ଶ୍ରେଣୀର ପିଲା ପାଠ ପଡିବେ କିପରି ଭାବରେ ପାଠ ପଢାହେବ । ସେନେଇ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିକ୍ରିୟା ଦେଇ କହିଲେ ଛଅଟି ଶ୍ରେଣୀରେ ଦୁଇଟି ଶିକ୍ଷୟତ୍ରୀ କିଭଳି ଭାବରେ ପାଠପଢା ହେବ ବୋଲି ମତ ଦେଇଥିଲେ । ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ପାଇଁ ବିଭିନ୍ନ ଯୋଜନା କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ଥାନୀୟ ଇରିଗେସନ୍ ପ୍ରାଥମିକ ବିଦ୍ୟାଳୟର ଏହି ସବୁ ସମସ୍ୟା କେବେ ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ।