କେନ୍ଦ୍ରାପଡ଼ା: ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ବାଲାଟ ପେପର

କେନ୍ଦ୍ରାପଡ଼ା : ଆଜି କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ବାଲାଟ ପେପର ପଡିବା ନେଇ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ବିଷୟରେ ଖବର ପାଇ ଉପ-ଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଏବଂ ସ୍ଥାନୀୟ ଥାନା ଅଧୀକାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଓ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।

ତଷ୍ଟ୍ରଙ୍ଗ ରୁମ୍ ବାହାରୁ ମିଳିଥିବା ବାଲାଟ ପେପର ଅସଲି ବା ନକଲି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ । ରାଜ୍ୟରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନର ଗଣନା ପ୍ରକ୍ରିୟା ବ୍ଲକ୍‌ରେ ହେଉଥିବାରୁ ବାଲାଟ ବକ୍ସର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ତମ୍ବୁମାରି ଜଗି ରହିଛନ୍ତି । ଫେବୃଆରୀ ୨୬ ରୁ ୨୮ ପର୍ଯ୍ୟନ୍ତ ଭୋଟ୍ ଗଣତି ଅନୁଷ୍ଠିତ ହେବ ।