ହାଇୱା–ବସ୍‌‌ ଧକ୍କାରେ ୫ ଗୁରୁତର, ୨୦ ଆହତ

ମୟୁରଭଞ୍ଜରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ …

କରଞ୍ଜିଆ : ମୟୁରଭଞ୍ଜରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୨୨୦ରେ ଏହି ଦୁର୍ଘଟଣା ଘଟିଛି। କରଞ୍ଜିଆ ଜାତୀୟ ରାଜପଥରେ ହାଇୱା –ବସ୍‌‌ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌‌ଟି ଯଶୀପୁରରୁ କରଞ୍ଜିଆ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।