ବାଘ ଛାଲ ଜବତ,୮ ଜଣ ଗିରଫ।

ମୟୂରଭଞ୍ଜର ଗର୍ବ ଓ ଗୌରବ ଶିମିଳିପାଳ ଅଭୟାରଣ୍ୟରୁ ….

ମୟୂରଭଞ୍ଜର ଗର୍ବ ଓ ଗୌରବ ଶିମିଳିପାଳ ଅଭୟାରଣ୍ୟରୁ ଶିକାର ହୋଇଥିବା ବାଘଛାଲ ଜବତ୍ ହୋଇଛି। ଘଟଣାରୁ ଯାହା ଜଣାପଡିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ୪୯ ନମ୍ବର ଜାତୀୟ ରାଜପଥ ଟାଓ୍ବାର ନାମକ ଏକ ଢାବାରୁ ମୟୂରଭଞ୍ଜ S.P. ଙ୍କ ନିର୍ଦ୍ଦେଶ କ୍ରମେ ଝାରପୋଖରିଆ ପୋଲିସ ଓ ସ୍ଵତନ୍ତ୍ର ସ୍କୁଆଡ୍ ଅତର୍କିତ ଚଢ଼ାଉ କରି ବାଘଛାଲ ସହିତ ଆଠ ଜଣ ଶିକାରୀଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ବିଶୋଇ ଥାନା ଅଞ୍ଚଳର ପାରାଉ ହେମ୍ବ୍ରମଙ୍କ ପୁଅ ୪୧ବର୍ଷିୟ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ,ଓ ବାଙ୍ଗିରିପୋଷି ଥାନା ଅଞ୍ଚଳର ଲାବାରିଆ ଗ୍ରାମର କୁଆଁର ହେମ୍ବ୍ରମ ର ପୁଅ ୩୫ ବର୍ଷିୟ ସନତ ହେମ୍ବ୍ରମ,ବୁଢିଖମାରି ଗ୍ରାମର ପ୍ରଦୀପ ମହାନ୍ତଙ୍କ ପୁଅ ଅଜିତ ମହାନ୍ତ,(୨୨) ଗୋଲା ମୁଣ୍ଡାକାଟା ଗ୍ରାମର ସ୍ଵର୍ଗତ ଆନନ୍ଦ ଚନ୍ଦ୍ର ଦିଗାରଙ୍କ ପୁଅ ସୁଧାର ଚନ୍ଦ୍ର ଦିଗାର (୫୫), ଲଗନ ଦିଗାର ର ପୁଅ ଲେମ୍ବୁ ଦିଗାର (୨୬) ଏବଂ ବାରିପଦା ସଦର ଥାନା ଅଞ୍ଚଳ ବଜ୍ରତୁଣ୍ଡି ଗ୍ରାମର ଶରତ ଚନ୍ଦ୍ର ମହାନ୍ତଙ୍କ ପୁଅ ଗୋବର୍ଦ୍ଧନ ମହାନ୍ତ (୪୦), ଓ ଝାରପୋଖରିଆ ଥାନା ଅଞ୍ଚଳ ଦାନାଦର ଗ୍ରାମର ସ୍ବର୍ଗତ ପ୍ରଶାନ୍ତ ଦେହୁରୀ ଙ୍କ ପୁଅ ଲକ୍ଷ୍ମୀଧର ଦେହୁରୀ,ଆମ୍ଵଡିଆ ଗ୍ରାମର ମଙ୍ଗଲ ମାଝୀ ଙ୍କ ପୁଅ ରେଣ୍ଟା ମାଝୀ (୪୫) ବର୍ଷ। ବିଗତ କିଛି ମାସ ହେବ ଶିମିଳିପାଳ ଅଭୟାରଣ୍ୟରୁ ବହୁଳ ମାତ୍ରାରେ ଶିକାର ହୋଇଥିବା ହାତୀଦାନ୍ତ, ବାଘଛାଲ,ହରିଣ ମାଂସ, ବାର୍ହା ସହିତ ବିଭିନ୍ନ ଜିବଜନ୍ତୁ ଶିକାର ହୋଇଥିବା ଲୋକଲୋଚନକୁ ଆସିଛି।

ଯେଉଁ ଥିରେ ବନ ବିଭାଗ କର୍ମଚାରୀ ମଧ୍ୟ ସାମିଲ୍ ରହିଥିବା ଦେଖିବାକୁ ମିଳିଛି। ଫଳରେ ସାଧାରଣ ଜନତା, ପରିବେଶ ପ୍ରେମୀ, ଶିମିଳିପାଳ ପ୍ରେମୀ ମାନଙ୍କ ମନରେ ଶକ୍ତ ଆଘାତ ଲାଗିଛି। ଯଦି ଏହିପରି ଭାବରେ ଶିମିଳିପାଳରୁ ଜନ୍ତୁ ଶିକାର ହୋଇଚାଲେ ତାହାଲେ ଖୁବ୍ ଶୀଘ୍ର ଜାତୀୟ ଉଦ୍ୟାନ ଶିମିଳିପାଳ ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବନବିଭାଗର କାର୍ଯ୍ୟକୁ ଘୋର୍ ନିନ୍ଦା କରିବା ସହିତ ବହୁ ବୁଦ୍ଧିଜୀବୀ କଟାକ୍ଷ କରୁଥିବା ଦେଖିବାକୁ ମିଳୁଅଛି। ଶିମିଳିପାଳ ର ସୁରକ୍ଷାପାଇଁ ବର୍ତ୍ତମାନ ସାଧାରଣ ଜନତା ମହାମହିମ ରାଷ୍ଟ୍ରପତିଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରୁଥିବା ଦେଖିବାକୁ ମିଳୁଅଛି।