୨୪ରେ ନବୀନଙ୍କ ପଂଚମ ପାଳିର ଶେଷ ବଜେଟ୍‌

ଚଳିତ ୨୧ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ ….

ଭୁବନେଶ୍ୱର: ଚଳିତ ୨୧ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଅଧିବେଶନର ପ୍ରଥମ ପର୍ଯ୍ୟାୟଟି ମାର୍ଚ୍ଚ ୨ ତାରିଖରେ ଶେଷ ହେବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୪ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ଏହି ବଜେଟରେ ଭୋଟରଙ୍କୁ ଆକୃଷ୍ଟ କରିବା ଭଳି ଯୋଜନାର ଶୁଭାରମ୍ଭ କରିବାର ଅଛି । ମୁଖ୍ୟମନ୍ତ୍ରୀଙ୍କର ପଂଚମ ପାଳିର ଶେଷ ବଜେଟ୍‌ ହୋଇଥିବାରୁ ବହୁତ ଭାବିଚିନ୍ତି ବଜେଟ୍‌ ପ୍ରସ୍ତୁତ କରାଯାଇଛି ବୋଲି ବିଜେଡିର କିଛି ବରିଷ୍ଠ ନେତା ମତବ୍ୟକ୍ତ କରିଛନ୍ତି ।