ଶ୍ରିମେଟାଲିକ୍ସ ପ୍ଲାଣ୍ଟରେ ଜଣେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ମୃତ୍ୟୁ ।
କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ଶ୍ରିମେଟାଲିକ୍ସ ପ୍ଲାଣ୍ଟରେ ଗତକାଲି…
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ଶ୍ରିମେଟାଲିକ୍ସ ପ୍ଲାଣ୍ଟରେ ଗତକାଲି କାର୍ଯ୍ୟରତ ଥିବା ଠିକା କର୍ମଚାରୀ ପ୍ରିତିକାନ୍ତ ଉପାଧ୍ୟାୟଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା । ସୁଚନା ଅନୁସାରେ ଗତକାଲି ଦିନ ଦ୍ୱିପହର ପ୍ରାୟ ୧ଟା ରୁ ୨ଟା ସମୟରେ ଏହି ଘଟଣା ଘଟିଥିଲା । ପ୍ରିତିକାନ୍ତ ଉପାଧ୍ୟାୟ ସବୁଦିନ ପରି ଗତକାଲି ମଧ୍ୟ ଡିୟୁଟି ଯାଇଥିଲେ। କାର୍ଯ୍ୟରତ ଥିବା ସମୟରେ ହୋଠାତ ଏକ ମାଲ ବାହି କ୍ରେନ କିଛି ଲୁହା ସାମଗ୍ରୀ ନେଇ ଯାଉଥିବା ସମୟରେ କେହି ତାଙ୍କୁ ଠେଲି ଦେଇଥିଲେ କିମ୍ବା କ୍ରେନ ଓପେରେଟରଙ୍କ ଖାମଖିଆଲି ଜଗୁଁ ପ୍ରିତିକାନ୍ତ ଉପାଧ୍ୟାୟଙ୍କୁ ଧକ୍କା ଦେବା ସହ କିଛି ଲୁହା ସାମଗ୍ରୀ ତାଙ୍କ ଉପରେ ଚଢି ଯାଇଥିଲା । ସଙ୍ଗେ ସଙ୍ଗେ କିଛି ଲୋକ ପାଟି କରିବାରୁ ତାଙ୍କୁ ସେଠାରୁ ଉଦ୍ଧାର କରି ଶ୍ରିମେଟାଲିକ୍ସ ପ୍ଲାଣ୍ଟର ନିଜସ୍ଵ ଆମ୍ବୁଲାନ୍ସରେ ସଙ୍ଗେ ସଙ୍ଗେ ବଡ଼ବିଲ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେ଼ଇ ଯାଇଥିଲେ । ତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ଡକ୍ଟର ତାଙ୍କୁ ମୃତ୍ୟୁ ଘଷଣା କରିଥିଲେ । ଏବଂ ସବ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଘରକୁ ପଠେଇଥିଲେ ।
ମୃତକ ପ୍ରିତିକାନ୍ତ ଉପାଧ୍ୟାୟଙ୍କ ନିଜସ୍ଵ ଘର ବାଲେଶ୍ଵର ଜିଲ୍ଲା, ଖଇରା ଥାନା ଅନ୍ତର୍ଗତ ସାରଡାଙ୍ଗ ଗ୍ରାମରେ ଏବଂ ତାଙ୍କ ବାପାଙ୍କ ନାଁ ଦାଶରଥି ଉପାଧ୍ୟାୟ ବୋଲି ଜଣା ପଡ଼ିଛି । ନିଜ ଏକ ମାତ୍ର ଭେଣ୍ଡିଆ ପୁଅର ମୃତ୍ୟୁ ଦେଖି ସେ କିଛି କହି ପାରୁ ନ ଥିଲେ । ବାସ ଏତିକି କହିଲେ ଯେ ତିନି ମାସ ପୂର୍ବରୁ ରୁଗୁଡି ସ୍ଥିତ ଶ୍ରୀମେଟାଲିକ୍ସ କମ୍ପାନୀରେ ଜଣେ ଠିକାଦାର ପାଖରେ ଟ୍ରେନି ଇଞ୍ଜିନିୟର ଭାବରେ କାର୍ଯ୍ୟରତ ଥିଲେ । ନିତିଦିନ ପରି ପରଦିନ ରାତ୍ରି ପ୍ରାୟ ୯ଟା ସମୟରେ ମୃତକ ପ୍ରିତିକାନ୍ତ ଉପାଧ୍ୟାୟ ତାଙ୍କ ମାଙ୍କ ପାଖକୁ ଫୋନ କରିଥିଲେ । କିଏ ଜାଣିଥିଲା ସେ ଫୋନ କଲ ତାଙ୍କର ଲାଷ୍ଟ ଫୋନ କଲ ଥିଲା ବୋଲି । କିଏ ଜାଣିଥିଲା ଯେ ଯୋମ ତାଙ୍କୁ ଅପେକ୍ଷା କରି ବସିଛି ବୋଲି । ପ୍ରକୃତରେ ଦେଖିବା ପାଇଁ ଗୋଲେ ଶ୍ରିମେଟାଲିକ୍ସ ପ୍ଲାଣ୍ଟରେ କର୍ମଚାରୀଙ୍କ ସୁରକ୍ଷା ପାଇଁ କିଛି ବି ବ୍ୟବସ୍ଥା ନ ଥିବା ସୁଚନା ମିଳିଛି । ତେଣୁ ଏପରି ଦୁର୍ଘଟଣା ଘଟିଛି ବୋଲି ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଗଣମାଧ୍ୟମ ପ୍ରତିନିଧି ଉକ୍ତ ଦୁର୍ଘଟଣା କୁ କଏଦ କରିବା ପାଇଁ ଯାଇଥିବା ସମୟରେ ଶ୍ରିମେଟାଲିକ୍ସ ପ୍ଲାଣ୍ଟର ଜଣେ ପ୍ରତିନିଧି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ପାଟିତୁଣ୍ଡ ଆରମ୍ଭ କରିଥିଲେ । ଏବଂ ମୃତକ ପ୍ରିତିକାନ୍ତ ଉପାଧ୍ୟାୟଙ୍କ ଘର ଲୋକଙ୍କୁ ମଧ୍ୟ କିଛି ନ କହିବା ପାଇଁ କହିଥିଲେ । କାହିଁକି ନା ଗଣମାଧ୍ୟମରେ ପ୍ରକାଶ ପାଇଲେ କମ୍ପାନୀର ବଦନାମ ହେବ ବୋଲି କହିଥିଲେ ଓ ନିଜେ ମଧ୍ୟ କୌଣସି ପ୍ରତିକ୍ରିୟା ରଖି ନ ଥିଲେ । ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେଠାରୁ ଯିବାକୁ କହିଥିଲେ ।