କେନ୍ଦୁଝର/ପାଟଣା,(ଅଦ୍ୱୈତ ଭାରତ): ବଡ଼ପାଟଣା ଗ୍ରାମ ପଂଚାୟତ ର, ଭବିସାକୁଦାର (ବିଷ୍ଣୁ ପୁର ) ଗ୍ରାମ ର ଦୋଳଗୋବିନ୍ଦ ମିଶ୍ରଙ୍କ ଦୁଇଟି ରୁମ କୁ ଭାଙ୍ଗି ଦେଇଛନ୍ତି। ପ୍ରକାଶ ଯେ ଗତ ରାତିରେ ଉକ୍ତ ଗ୍ରାମ ରେ ହାତୀ ପଲ, ଧାନ, ଚାଉଳ, ବାସନାରେ ଖାଇବା ପାଇଁ ଘର ଭାଙ୍ଗି ଧାନ, 8 କୁଇଣ୍ଟାଲ ଚାଉଳ 2 କୁଇଣ୍ଟାଲ ପାଖାପାଖି ଖାଇଛନ୍ତି ଏବଂ ନଷ୍ଟ କରିଦେଇଛନ୍ତି। ଏହା ସହିତ ଧାନ ବିଲ ମଧ୍ୟ ନଷ୍ଟ କରିଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରତି ବର୍ଷ ଏହିଭଳି ଉକ୍ତ ଗ୍ରାମ ରେ ଅତୀତରେ କଦଳୀ ବାଡ଼ି ପାଖାପାଖି 200 ଗଛ ନଷ୍ଟ କରିଥିଲେ। ଉକ୍ତ ଗ୍ରାମ ଟି ବୈତରଣୀ ନଦୀ କୂଳ ପାଖାପାଖି ହୋଇ ଥିବାରୁ ଯେମିତି ତାଙ୍କର ସବୁଦିନିଆ ବିଶ୍ରାମଗାର ପାଲଟିଛି। ପ୍ରତିବର୍ଷ ଭୟ ଭିତରେ ରହିବାକୁ ପଡୁଛି।
ପାଟଣା ବନବିଭାଗ କୁ ବାରମ୍ବାର, ହାତୀ ଖେଦିବା ଟର୍ଚ୍ଚ ଲାଇଟ, ସୋଲାର ଲାଇଟ, ପ୍ରଭୃତି ଦେବା ନିମନ୍ତେ କହୁଥିଲେ ମଧ୍ୟ୍ୟ କୌଣସି ଲାଭ ହୋଇନାହିଁ । ତୁରନ୍ତ ଲୋକଙ୍କୁ ସରକାର ଙ୍କର ଯାହା ସୁବିଧା ରହିଛି ସବୁ ଯୋଗାଇ ଦେବାକୁ ଜନସାଧାରଣ ଦାବିରକ୍ଷୀଛନ୍ତି। ପାଟଣା ରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ।