୧୧ ଦଫା ଦାବି ନେଇ ଅଲ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାର୍କର୍ସ ଆସୋସିଏସନ ତରଫରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସରକାରୀ ପେଣ୍ଟିଂରେ ଠିକାଦାରୀ ପ୍ରଥା ବନ୍ଦ କରି ସଂଘ ମାଧ୍ୟମରେ ସିଧା ସଳଖ କାର୍ଯ୍ୟ ଯୋଗାଇ ଦେବା ଡିଜିଟାଲ୍….

କେନ୍ଦୁଝର : ଆଜି ଓଡ଼ିଶା ରଙ୍ଗ ତୁଳୀ କଳାକାର ସଂଘ ଦ୍ଵାରା କଳାକାର ମାନଙ୍କୁ ଶ୍ରମବିଭାଗ ଅଧିନରେ ପଞ୍ଜିକରଣ, ସାମାଜିକ ସୁରକ୍ଷା ଯୋଗାଇ ଦେବା, ଦୁର୍ଘଟଣା ଓ ମୃତ୍ୟୁକାଳିନ ସହାୟତା ଯୋଗାଇ ଦେବା , ୫୦ ବର୍ଷ ବୟସ ପରେ ଅର୍ଥିକ ଦୁର୍ବଳ କଳାକାର ଗୁ୧୫୦୦୦ ଟଙ୍କା ପେନ୍‌ସନ୍ ଯୋଗାଇ ଦେବା , ସରକାରୀ ପେଣ୍ଟିଂରେ ଠିକାଦାରୀ ପ୍ରଥା ବନ୍ଦ କରି ସଂଘ ମାଧ୍ୟମରେ ସିଧା ସଳଖ କାର୍ଯ୍ୟ ଯୋଗାଇ ଦେବା ଡିଜିଟାଲ୍ ପେଣ୍ଟିଂବନ୍ଦ କରିବା, ସ୍ୱଳ୍ପ ରୋଜଗାର କରୁଥିବା ।

କଳାକାରମାନଙ୍କୁ ମାଗଣା ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା, କର୍ମ ନିଯୁକ୍ତି ପାଇ ବିଧାନସଭା ରେ ସ୍ଵତନ୍ତ୍ର ବଜେଟ ପ୍ରସ୍ତୁତ କରିବା, ଏବଂ ହାଇସିବ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ କମିସଂସ୍ଥାନ ହରାଇଥିବା ଆର୍ଟିଷ୍ଟଙ୍କୁ ମାସିକ ୨୦୦୦୦ ଟଙ୍କା ପେନ୍‌ସନ୍ ଯୋଗାଇ ଦେବା ଆଦି ୧୧ ଦଫା ଦାବି ନେଇ ୨୦ ଜଣ ରୁ ଉର୍ଦ୍ଧ କାଳାକାର ଜିଲାପାଳଙ୍କୁ ତାଙ୍କର ଦାବିପତ୍ର ପ୍ରଦାନ ପାଇଁ ଆସି ଥିବା ବେଳେ ଜିଲାପାଳ ଉପସ୍ଥିତ ନଥିବାରୁ ଅତିରିକ୍ତ ଜିଲାପାଳଙ୍କୁ ତାଙ୍କର ଦାବି ପତ୍ର ପ୍ରଦାନ କରିଥିଲେ ।