ଘଟଗାଁ:ଢ଼େଙ୍କିକୋଟ ନିକଟବର୍ତୀ ଖଣ୍ଟଘର ବେଆଇନ କ୍ରସର୍ ସିଲ

ତେବେ ଦୀର୍ଘଦିନ ହେବ ଏହି କମ୍ପାନୀ ର କ୍ରସର୍ ଟି ବେଆଇନ ଭାବରେ ଚାଲି ଆସୁଥିଲା…..

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଧୀନ ଢେଂକିକୋଟ ଫରେଷ୍ଟ ସେକସନ ଅନ୍ତର୍ଗତ ଖଣ୍ଟଘର ଠାରେ ଥିବା ଏନ. ଏଚ. ୨୦ କଡ଼ରେ ଏ. ଆର. ଏସ. ଏସ. କମ୍ପାନୀ ବେଆଇନ ର କ୍ରସର କୁ ଜଂଗଲ ବିଭାଗ ଆଜି ସିଲ କରିଛି l ତେବେ ଦୀର୍ଘଦିନ ହେବ ଏହି କମ୍ପାନୀ ର କ୍ରସର୍ ଟି ବେଆଇନ ଭାବରେ ଚାଲି ଆସୁଥିଲା l ତତ ସହିତ କ୍ରସର୍ ରୁ ମାଲ୍ ସବୁ ବାହାରକୁ ଚାଲାଣ ହେଉଥିଲା l ଏ ସଂକ୍ରାନ୍ତରେ ଗ୍ରାମବାସୀ ମାନେ ଅଭିଯୋଗ ମଧ୍ୟ କରିଥିଲେ l

ଆଜି ଘଟଗାଁ ରେଞ୍ଜର୍ ପ୍ରଭାତ କୁଅଁର, ବନପାଳ ଯତୀନ୍ଦ୍ର ସlହୁ,ଢ଼େଙ୍କିକୋଟ ଫରେଷ୍ଟର ଶିବ ନାରୟଣ ଦେବ,ବନରଖି ଯୋଗେଶ୍ୱର ମାଝୀ ପ୍ରମୁଖ କ୍ରସର କୁ ସିଲ କରିଛନ୍ତି l ତେବେ ରାଜସ୍ୱ ବିଭାଗ ଦ୍ବାରା ମାପଚୁପ୍ କରାଯାଇ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଚନା ମିଳିଛି l ତେବେ ଦୀର୍ଘଦିନ ହେଲା ଏହି କମ୍ପାନୀ କୁ ସୁରକ୍ଷା ଦେଉଥିଲା କିଏ ତାହା ଆଜି ସର୍ବସାଧାରଣେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।