ଅବିବାହିତ ବୃଦ୍ଧଙ୍କର ମୃତ୍ୟୁ ପରେ ଶବ ଛୁଇଁଲେନି ପଡ଼ୋଶୀ

ତାଙ୍କର କେହି ଆତ୍ମୀୟ ନଥିବାରୁ ତାଙ୍କର ଶବଦାହ ପାଇଁ କୌଣସି ପଡ଼ୋଶୀ ଆସି ନଥିଲେ…..

କେନ୍ଦୁଝର : ଅବିବାହିତ ବୃଦ୍ଧଙ୍କର ମୃତ୍ୟୁ ପରେ ଶବ ଛୁଇଁଲେନି ପଡ଼ୋଶୀ । ଖବର ପାଇ ବୃଦ୍ଧଙ୍କର ଶବ ଉଠାଇବାଠୁ ଆରମ୍ଭ କରି ଶବ ସତ୍କାର କଲେ ସ୍ଵେଛାସେବୀ ସଙ୍ଗଠନ । ଏଭଳି ଅଭାବନୀୟ ଘଟଣା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ବ୍ଳକ ହରିଡ଼ାଗୋଠ ଗାଁରେ । ଗାଁର ବୃଦ୍ଧ ବାଡ଼ିଆ ନାଏକ ଜଣେ ଭିନ୍ନକ୍ଷମ ଓ ଅବିବାହିତ ପର ଘରେ ମୂଲ ମଜୁରୀ କରି ପେଟ ପୋଷୁଥିଲେ ।

ଆଜି ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର କେହି ଆତ୍ମୀୟ ନଥିବାରୁ ତାଙ୍କର ଶବଦାହ ପାଇଁ କୌଣସି ପଡ଼ୋଶୀ ଆସି ନଥିଲେ । ଏବିଷୟରେ ଭରସା ସ୍ଵେଛାସେବୀ ସଙ୍ଗଠନ ଅବଗତ ହେବା ପରେ କର୍ମକର୍ତ୍ତାମାନେ ଗାଁରେ ପହଞ୍ଚି ଘରୁ କାନ୍ଧରେ ଶବ ଉଠାଇବା ସହିତ, ଅନ୍ୟତ୍ର ଶବଦାହର ବ୍ୟବସ୍ଥା କରିଛନ୍ତି ।