କେନ୍ଦୁଝର ଜିଲ୍ଲାରେ ଦୁର୍ନୀତି ନିର୍ବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗତ ଦୁଇ ବର୍ଷ ମଧ୍ୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୨୨ ଟି ଚଢ଼ାଉ କରାଯାଇଥିଲା….

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦୀର୍ଘ ସାତ ଦିନ ଧରି ଦୁର୍ନୀତି ନିର୍ବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ସପ୍ତାହ ବ୍ୟାପି ଦୁର୍ନୀତି ନିର୍ଵାରଣ ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରୀ କାର୍ଯ୍ୟାଳୟ ହେଉକି ବେସରକାରୀ ଅନୁଷ୍ଠାନ ସବୁଠି ପ୍ରଥମେ ଦୁର୍ନୀତି ନିରାକରଣ ପାଇଁ ଶପଥ ପାଠ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ସଚେତନତା ସପ୍ତାହ ଶେଷ ଦିନରେ ସ୍ଥାନୀୟ ଦରବାର ହଲ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଯୋଗଦେଇଥିବା ବେଳେ ବିଭିନ୍ନ ବିଭାଗର ବହୁ ଅଧିକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗଦେଇଥଲେ । ଗତ ଦୁଇ ବର୍ଷ ମଧ୍ୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୨୨ ଟି ଚଢ଼ାଉ କରାଯାଇଥିଲା ।

ଏହି ଚଢ଼ାଉରେ ଗ୍ରୁପ ବି ଓ ସିର ୨୧ କର୍ମଚାରୀ ଓ ଜଣେ ଏ ଗ୍ରୁପ କର୍ମଚାରୀଙ୍କୁ ଦୁର୍ନୀତି ସମ୍ପର୍କ ମାମଲାରେ ସାମିଲ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଭାଗ ପକ୍ଷରୁ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଭାଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।