ଇରେଣ୍ଡେଇ ଗ୍ରାମପଞ୍ଚାୟତ ରେ ମନରେଗା (ଭି ଵି ଜି ରାମ ଜି )କାମରେ ଦୁର୍ନୀତି
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଇରେଣ୍ଡେଇ ଗ୍ରାମ …
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ, ଇରେଣ୍ଡେଇ ଗ୍ରାମ ପଂଚାୟତ ରେ ମନରେଗା (ଭିବିଜିରାମଜୀ )ଯୋଜନାରେ ହୋଇଥିବା ବର୍ଷାଜଳ ସରଂକ୍ଷଣ ପ୍ରକଳ୍ପ କାର୍ଯ୍ୟ ରେ ମହା ଦୁର୍ନୀତି ହୋଇଥିବା ପଦାକୁ ଆସିଛି | ଉକ୍ତ ପଂଚାୟତ ର ନାଏବ ସରପଞ୍ଚ ଉମାକାନ୍ତ ମହାନ୍ତ ଜିଲ୍ଲା ପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି | ଅଭିଯୋଗ|ନୁଯାଇ ଇରେଣ୍ଡେଇ ଶିବମନ୍ଦିର ନିକଟ ଓ ଗିଳିରୀଡୁମା ହୁଡ଼ି ନିକଟରେ ଉକ୍ତ ପ୍ରକଳ୍ପ ପାଇଁ 2025-26 ରେ ଦଶ ଲକ୍ଷ୍ୟ ଟଙ୍କା ମଂଜୁର ହୋଇଥିବା ଦୁର୍ନୀତି ପଦାରେପଡ଼ିଛି | ପ୍ରକାଶ ଥାଉ କି ଏହି କାମ 2023-24 ରେ ଅନୁମୋଦିତ ହୋଇଥିବା ବେଳେ 2025-26 ରେ କାମ କରାଯାଇଛି | ଜିଲ୍ଲା ବାହାରେ ଥିବା ଶ୍ରମିକ ତଥା ଦିବ୍ୟାଙ୍ଗ ଲୋକଙ୍କୁ ମଧ୍ୟ ଶ୍ରମିକ ସଜାଇ ତାଙ୍କ ନାମରେ ଟଙ୍କା ଉଠା ଯାଇଛି ଏଥିରେ ସରପଞ୍ଚ ଙ୍କ ପୂର୍ଣ୍ଣ ହାତ ଥିବା ଅଭିଯୋଗ ହୋଇଛି | କିନ୍ତୁ ଗ୍ରାମ ପଂଚାୟତ ସରପଞ୍ଚ ଏବଂ
ସହକାରୀ ଯନ୍ତ୍ରୀ ସବୁ ଠିକ ଅଛି ବୋଲି ପ୍ରକାଶ କରୁଥିବା ବେଳେ, ଭଲ ଭାବେ ତଦନ୍ତ କଲେ ଦୁର୍ନୀତି ଜଣା ପଡିବ ବୋଲି ଅଭିଯୋଗ କାରି ମତ ପ୍ରକାଶ କରିଛନ୍ତି |
ପାଟଣା ରୁ ଦୀନବନ୍ଧୁ ମିଶ୍ର