ସାହାରପଡା ଲ୍ୟାମ୍ପ ଅଫିସ ରେ ଚାଷୀ ଙ୍କ ସାର ହେରଫେର

ଚଳିତ ଖରିଫ ଋତୁ ପାଇଁ ଆସିଥିବା ଚାଷୀ ଙ୍କ ର …

ପାଟଣା: କେନ୍ଦୁଝର ଜିଲ୍ଲା ସ|ହାରପଡା ଲ୍ୟାମ୍ପ ରେ ଚଳିତ ଖରିଫ ଋତୁ ପାଇଁ ଆସିଥିବା ଚାଷୀ ଙ୍କ ର “ସାର” ବାଟମାରଣା ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି |

ପ୍ରକାଶ ଥାଉ କି ଲୋକପ୍ରିୟ ତଥା ଲୋକଙ୍କ ସରକାର ଚାଷୀ ଙ୍କର ସମସ୍ତ ସମସ୍ୟା କୁ ଅଗ୍ରାଧିକାର ଦେଉଥିବା ବେଳେ ଏମିତି ସାର ହେରଫେର,ଚାଷୀଙ୍କୁ ଅଡୁଆରେ ପକାଇଛି | ଅଭିଯୋଗ କାରି ଜଗଦିଶ ମହାନ୍ତ, ଗୌତମ ମହାନ୍ତ, ଅଜୟ ମହାନ୍ତ, ଲମ୍ବୋଦର ନାଏକ, ମୁକୁନ୍ଦ ଚରଣ ମହାନ୍ତ ପ୍ରମୁଖ RCS ମହୋଦୟ ଙ୍କୁ ତଥା ଜିଲ୍ଲା ପାଳ,ସମବାୟ ମନ୍ତ୍ରୀ, ଙ୍କୁ ଅଭିଯୋଗ କରିଛନ୍ତି | ଅଭିଯୋଗ ଅନୁ ଯାଇ ଏକ ଟ୍ରକ ସାର କୁ ଲ୍ୟାମ୍ପ ର ଅସାଧୁ କତୃପକ୍ଷ ଅଧା ବାଟରୁ ବ୍ୟବସାୟ ଙ୍କୁ ଦେଇଦେଇଚନ୍ତି |ଏଥିରେ DRCS ଙ୍କୁ ପଚାରି ବାରୁ କହିଲେ ଯେ ARCS ଇନକ୍ୟୁଆରୀ ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |ଆଉ ମଧ୍ୟ ଲ୍ୟାମ୍ପ ସଭାପତି ସୁରେନ୍ଦ୍ର ନାଥ ମାଝୀ ଙ୍କୁ କହିବାରୁ ସେ ଉଚିତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି |ଏସବୁ କୁ ନେଇ ଲ୍ୟାମ୍ପ M.D. ଙ୍କୁ ପଚାରି ବାରୁ ସେ କହିଲେ ଯେ ଏଥିରେ କୌଣସି ଅନିୟମିତତା ହୋଇନାହିଁ |