କେନ୍ଦୁଝର/ପାଟଣା(ସାକ୍ସୀ ନ୍ୟୁଜ୍): ପାଟଣା ମିଡିଆ ହାଉସ ପରିସରରେ ଆଜି ଗରିମାମୟ ପରିବେଶରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱନୀ କୁମାର ନାଏକ, ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ,ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ,ସରପଞ୍ଚ ବିନତି ବାନାରା ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ ।
ଏଥିସହ ବିଜେପି ନେତା ଦୁର୍ଗାଚରଣ ନାଏକ, ଯୁଗଳ କିଶୋର ଦାଶ, ସୁବ୍ରତ ଦ୍ୱିବେଦୀ, ପ୍ରତାପ ଚନ୍ଦ୍ର ମହାନ୍ତ, ଯତୀନ୍ଦ୍ର କୁମାର ଦାଶ,ପିଣ୍ଟୁ ପତି, ଅଜିତ କୁମାର ସେଠି,ଅବସରପ୍ରାପ୍ତ ତହସିଲଦାର ଯତୀନ୍ଦ୍ରନାଥ ସେଠୀ, ଅବସରପ୍ରାପ୍ତ ସୁରକ୍ଷା ବାହିନୀ କର୍ମଚାରୀ,ହେମନ୍ତ କୁମାର ମହାନ୍ତ, ଉପେନ୍ଦ୍ର କୁମାର ମହାନ୍ତ,ବାଳକୃଷ୍ଣ ମହାନ୍ତ,ନାରାୟଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ପାଟଣାର ପୂର୍ବତନ ସରପଞ୍ଚ ପ୍ରଶ୍ନକୁମାର ଭଞ୍ଜଦେଓ, କ୍ୟାପଟେନ ଧର୍ମେନ୍ଦ୍ର ସାହୁ, ପାଟଣା କଲେଜର ବରିଷ୍ଠ କର୍ମଚାରୀ ବ୍ରଜେନ୍ଦ୍ର କୁମାର ପତି(ବୁଲୁ ବାବୁ )ଏବଂ ଅବସରପ୍ରାପ୍ତ ପ୍ରଫେସର ଜୟନ୍ତ କୁମାର ଦ୍ୱିବେଦୀଙ୍କ ସମେତ କଲେଜର ଏନସିସି ଛାତ୍ରଛାତ୍ରୀ, ପ୍ରଶାସନର କର୍ମଚାରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଥିଲେ ।
ଏଥି ସହ “ମିଡ଼ିଆ ହାଉସ “ର ସଭାପତି ରାହାସ ବିହାରୀ ପୃଷ୍ଟି, ଉପସଭାପତି, ଅଞ୍ଜନ କୁମାର ରଣା, ଉପ ସଭାପତି ଉମାକାନ୍ତ ମହାନ୍ତ,ସମ୍ପାଦକ ଦୀନବନ୍ଧୁ ମିଶ୍ର ସହ ସମ୍ପାଦକ ଦଶରଥ ବାରିକ ସହ ସମ୍ପାଦକ ବିଜୟ କୁମାର ମହାନ୍ତ, କୋଷାଧ୍ୟକ୍ୟ ଦୀପକ କୁମାର ଭଞ୍ଜଦେଓ, ତ ଥା ମିଡ଼ିଆ ହାଉସ ର ବରିଷ୍ଟ ସାମ୍ବାଦିକ ବୀରକିଶ୍ୱର ଦାଶ, ମହେସ୍ୱର ପୃଷ୍ଟି,କୈଳାଶ ଚନ୍ଦ୍ର ମହାନ୍ତ, ସୁଜିତ କୁମାର ଦାଶ, ସୁଶୀଲ କୁମାର ମହାନ୍ତ, ବସନ୍ତ କୁମାର ମହାନ୍ତ, ଯତୀନ୍ଦ୍ର ଦାଶ, ସଂଜିତ କୁମାର ଚକ୍ର,ତଥା ସମସ୍ତ ସାମ୍ବାଦିକ ଗଣ ସ୍ୱାଧୀନତା ଦିବସକୁ ସରସ ସୁନ୍ଦର କରିଥିଲେ । ଏହି ଅବସରରେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିଥିଲେ । ପାଟଣା ରୁ ଦୀନବନ୍ଧୁ ମିଶ୍ର ଙ୍କ ରିପୋର୍ଟ