ସାଂସ୍କୃତିକ କାର୍ଯ୍ୟକ୍ରମରେ ଖୁସିର ମହୋଲ

ଓଡ଼ିଶା କୁଡୁମି ସାଂସ୍କୃତିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ….

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ କୁଡୁମି ମହାନ୍ତ ମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମରେ ଖୁସିର ମହୋଲ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ସୁନପଶି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରାସ ପଶି ଗ୍ରାମରେ ଓଡ଼ିଶା କୁଡୁମି ସାଂସ୍କୃତିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ( ଟାଟା ) ସୋଲେନ୍ଦ୍ର ମହାନ୍ତ , ମୁଖ୍ୟବକ୍ତା ଭାବେ କୁଡ଼ୁମି ଭାଷା ର ଉପଦେଷ୍ଟା ଡକ୍ଟର ରାଜାରାମ ମହାନ୍ତ , ସମ୍ମାନିତ ଅତିଥି ଭାବେ ବାରିପଦା କୁଡ଼ୁମୀ ସମାଜ ର ଛଟେଲାଲ ମହାନ୍ତ , କୁଡୁମୀ ମହାନ୍ତ ମହାସଭା ର ସାଧାରଣ ସମ୍ପାଦକ ବସନ୍ତ କୁମାର ମହାନ୍ତ ,ଓଡ଼ିଶା କୁଡୁମି ସମାଜ ସଭାପତି କ୍ଷୀରୋଦ ମହାନ୍ତ,ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ମହାନ୍ତ,ଆବାହକ ଡାକ୍ତର ମହାନ୍ତ ,ରାଉରକେଲା କୁଡୁମାଲି ସଂସ୍କୃତି ଆଖଡ଼ା ସଭାପତି ଲକ୍ଷ୍ମଣ ମହାନ୍ତ ଓଡ଼ିଶା କୁଡୁମି ମହାସଭା ଉପଦେଷ୍ଟା ବୈଦ୍ୟନାଥ ମହାନ୍ତ ,ଓଡ଼ିଶା କୁଡୁମି ସମାଜ ସଦସ୍ୟ ଚମ୍ପୁଆ ପୂର୍ଣ୍ଣାଙ୍ଗ ଚରଣ ମହାନ୍ତ,ଅଗ୍ନୁ ଚରଣ ମହାନ୍ତ,ଓଡ଼ିଶା କୁଡୁମି ସମାଜ ସଭାପତି ଚମ୍ପୁଆ ନୀଳମଣି ମହାନ୍ତ ,ଜାମସେଦପୁର ସ୍ଥିତ ଗୁରୁପଦ ମହାନ୍ତ ,କେନ୍ଦୁଝର ସ୍ଥିତ ଗଣେଶ୍ୱର ମହାନ୍ତ , ବିବେକାନନ୍ଦ ମହାନ୍ତ ,ଧନୁର୍ଜୟ ମହାନ୍ତ ଝୁମ୍ପୁରସ୍ଥିତ ସୁନିଲ ମହାନ୍ତ , ବାମେବାରିସ୍ଥିତ ଜେଠୁ ରାମ ମହାନ୍ତ,ଯୋଷିପୂର୍ ସ୍ଥିତ ଯୁଧିଷ୍ଠିର ମହାନ୍ତ , ସର।ସପଶି ଗ୍ରାମର ଦିଲୀପ ମହାନ୍ତ ,ସୁମନ୍ତ ମହନ୍ତ, ନରତମ୍ ମହାନ୍ତ ,ପର୍ସୁ ମହାନ୍ତ ,ଜଗନ୍ନାଥପୁର ଗ୍ରାମର ବାବୁଲାଲ ମହାନ୍ତ , ବାଙ୍କ ଗ୍ରାମର ବିଜୟ ମହାନ୍ତ,ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।ଏହି ସଂସ୍କୃତି ସମାବେଶରେ କୁଡୁମି ଜାତିର ପରମ୍ପରା ସଂସ୍କୃତି କୁ ବଜାୟ ରଖିବା ପାଇଁ ବିଭିନ୍ନ ଅଞ୍ଚଳ ତଥା ବିହାର, ବେଙ୍ଗଲ , ଝାଡ଼ଖଣ୍ଡ , ଆସାମ, ଛତିଶଗଡ ,ରାଜ୍ୟ ସମେତ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରୁ ୪୮ ଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମାଦଳ ର ତାଳେ ତାଳେ କୁଡୁମି ସମ୍ପ୍ରଦାୟ ଭାଇ ଭଉଣୀ ମାନେ ଝୁମି ଯାଇ ଥିଲେ । ଝୁମର୍ ନାଚ ପରିବେଷଣ କରିଥିଲେ ।

ଏଥିରେ ପ୍ରଥମ ବିଜେତା ସୁନ୍ଦରଗଡ ଜିଲ୍ଲାର ଲହୁଣୀ ପଡ଼ା ର ବଣେଇ ଝୁମର ଦଳ ,ଦ୍ୱିତୀୟ ବିଜେତା ହଳଦିଆ ଗୁଣା ଝୂମର ଦଳ,ତୃତୀୟ ବିଜେତା ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଉର୍ବିଙ୍ଗି ଝୂମର ଦଳ କୁ ଅତିଥି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟ କ୍ରମ ଦ୍ଵାରା ରାତି ଦିନ ଉତ୍ସବ ମହଲ ଲାଗି ରହିଥିଲା ।