ସିବିସି କେନ୍ଦୁଝର ପକ୍ଷରୁ ଭୋଟର ସଚେତନତା କର୍ମଶାଳା

ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ  କେନ୍ଦ୍ରୀୟ ସଂଚାର ବୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ କେନ୍ଦୁଝର ଜିଲ୍ଲା ପିପିଳିଆ ସ୍ଥିତ ଲଷ୍ମୀନାରାୟଣ ମହାବିଦ୍ୟାଳୟ ଠାରେ ଦୁଇଦିନିଆ ଭୋଟର ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ମୋର ପ୍ରଥମ ଭୋଟ ଦେଶ ପାଇଁ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ କଲେଜର ଅଧକ୍ଷ ଶ୍ରୀ ଦୈତାରୀ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଜୁନିଅର କଲେଜ ଅଧ୍ୟକ୍ଷ ଶ୍ରୀ ନିରାକାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ସେହିପରି ଅଧ୍ୟାପକ ଶ୍ରୀ ବିଷ୍ଣୁ ଚରଣ ସାମଲ, ତପନ କୁମାର ମହନ୍ତ, ମନୋରଞ୍ଜନ ପଲାଇ, ତ୍ରିଲୋଚନ ପଣ୍ଡା ପ୍ରମୁଖ ଅତିଥି ବକ୍ତା ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଭୋଟ ଦାନ ଅଧିକାର ଉପରେ ନିଜ ନିଜର ମତ ରଖିଥିଲେ । ବିଶେଷ କରି ପ୍ରଥମ ଥର ପାଇଁ ମତଦାନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ଯୁବ ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ମତଦାନ କରିବା ଲାଗି ବକ୍ତା ମାନେ ମନ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଅବସରରେ ଏକ ଭୋଟ ଦାନ ଅଧିକାର ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

କଲେଜର ବହୁ ସଂଖକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କେନ୍ଦୁଝର ସିବିସିର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀ ପ୍ରଦୀପ କୁମାର ନାୟକ ସହଯୋଗ କରିଥିଲେ ।