ରାସ୍ତାକଡ଼ରେ ଅଳିଆ ପକାଇବା ମନା; ଦେବାକୁ ପଡ଼ିବ ଜରିମାନା

ଭୁବନେଶ୍ୱର: ଏଣିକି ରାସ୍ତା ଉପରେ ଅଳିଆ ପକାଇବା ପାଇଁ ଭୁବନେଶ୍ୱର ବାସିନ୍ଦାଙ୍କୁ ମନା କରିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱରକୁ ସଫାସୁତରା ଓ ସୁନ୍ଦର ରଖିବା ପାଇଁ ମହାନଗନର ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ, ଖିଲାପକାରୀଙ୍କ ନିକଟରୁ ଜରିମାନା ଆଦାୟ କରିବ ନିଗମ । ବିଏମସି କମିଶନର ବିଜୟ ଅମ୍ରିତ କୁଲାଙ୍ଗେ ଏହି ସୂଚନା ପ୍ରଦାନ କରିଛନ୍ତି । ରାସ୍ତା ଉପରେ ଅଳିଆ ପକାଯିବା ଫଳରେ ଯାତାୟତରେ ନାନା ସମସ୍ୟା ଉପୁଜୁଛି ।