ଇରାନରେ ଶକ୍ତିଶାଳୀ ବୋମା ଫୁଟିଲା, ୭୩ ମୃତ

ତେହେରାନ: ଇରାନର କେର୍ମାନ ସହରରେ ପୂର୍ବତନ ଜେନେରାଲ କାସିମ ସୁଲେଇମାନୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ ଏକ ଶୋଭାଯାତ୍ରାରେ ଦୁଇଟି ଶକ୍ତିଶାଳୀ ବୋମା ଫୁଟିବାରୁ ୭୩ ଜଣ ପ୍ରାଣ ହରାଇଛନ୍ତି ଓ ୧୭୧ ଜଣ ଆହତ ହୋଇଛନ୍ତି । କୌଣସି ଆତଙ୍କୀ ସଂଗଠନ ପକ୍ଷରୁ ଏପରି କାଣ୍ଡ ଭିଆଇଥିବାର ଆଶଙ୍କା କରାଯାଉଛି ।

୨୦୨୦ ମସିହାରେ ଇରାକରେ ଆଡ୍ଡା ଜମାଇଥିବା ଆମେରିକା ସେନା ଡ୍ରୋନ ସହାୟତାରେ ସୁଲେଇମାନୀଙ୍କୁ ମାରି ଦେଇଥିଲା । ଇରାନର ମୁଖ୍ୟ ଶାସକ ଆୟତୋଲ୍ଲା ଖାମିନେଇଙ୍କ ପରେ ସୁଲେଇମାନୀ ଦ୍ୱିତୀୟ କ୍ଷମତାଶାଳୀ ନେତା ଭାବେ ଜଣାଶୁଣା ।