କୋଣାର୍କରେ ଉତ୍କଳ ସାମ୍ବାଦିକ ସଂଘର ୭୬ତମ ପ୍ରତିଷ୍ଠା ଦିବସ ପାଳିତ ।

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଉତ୍କଳ ସାମ୍ବାଦିକ ସଂଘର ୭୬ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶ୍ରୀ ଦାସବର୍ମା କହିଥିଲେ, ସାମ୍ବାଦିକମାନେ ବ୍ୟବସ୍ଥାର ତ୍ରୁଟିବିଚ୍ୟୁତିକୁ ଲୋକଲୋଚନକୁ ଆଣିବା ସହ ସରକାରଙ୍କୁ ସଜାଗ କରିବାରେ ସହାୟକ ହେଉଛନ୍ତି । ଖାଲି ଏତିକି ନୁହେଁ, ବରଂ ଗରିବୀ ଓ ଅବହେଳିତଙ୍କ ପାଇଁ ସବୁବେଳେ କାମ କରୁଛନ୍ତି ।

ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧି ବା ସାମ୍ବାଦିକମାନଙ୍କର ଭୂମିକା ଏକ ସ୍ୱଚ୍ଛ ସରକାର ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ରହିଛି । ଅନେକ ବାଧାବିଘ୍ନ ସହି ସାମ୍ବାଦିକମାନେ କାର୍ଯ୍ୟ କରୁଛନ୍ତି । ତେଣୁ ସାମ୍ବାଦିକଙ୍କ ସୁରକ୍ଷା ଓ କଲ୍ୟାଣ ଲାଗି ରାଜ୍ୟ ସରକାର ସର୍ବଦା ଚେଷ୍ଠିତ ବୋଲି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି ।

ଉତ୍କଳ ସାମ୍ବାଦିକ ସଂଘ ସ୍ୱାଧିନତ୍ୱର ଭାରତ ବର୍ଷରେ ସାମ୍ବାଦିକ ମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରତିଷ୍ଠିତ ଏହି ସଂଘର ପ୍ରତିଷ୍ଠାତାମାନେ ଯେଉଁ ମହାନ ଲକ୍ଷ୍ୟ ପୋଷଣ କରିଥିଲେ, ତାହା ବହୁ ପରିମାଣରେ ହାସଲ ହୋଇପାରିଛି । ଉତ୍କଳ ସାମ୍ବାଦିକ ସଂଘ ଯେଉଁ ମହାନ ଲକ୍ଷ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା ସେହି ଲକ୍ଷ୍ୟକୁ ହାସଲ ପାଇଁ ଆହୁରି ସଙ୍କଳ୍ପବଦ୍ଧ ଭାବରେ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବକାଶରେ ବିଶିଷ୍ଟ ଜନନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ନାୟକଙ୍କୁ ଶ୍ରୀ ଦାସବର୍ମା ସମ୍ବୋଧିତ କରି ନିଜେ ଗୈାରବାନ୍ନିତ ବୋଲି କହିଥିଲେ ।

ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ ସାଂସଦ ରାଜଶ୍ରୀ ମଲ୍ଲିକ କହିଥିଲେ, ସାମ୍ବାଦିକ ହେଉଛନ୍ତିି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ଗଣମାଧ୍ୟମ କେବଳ ଚତୁର୍ଥ ସ୍ତମ୍ଭ ହୋଇ ରହିନାହିଁ । ଦେଶର ଜାଗ୍ରତ ପ୍ରହରୀ ହୋଇ ଗଠନମୂଳକ ସମ୍ବାଦ ପରିବେଶଣ କରି ଜନସାଧାରଣମାନଙ୍କୁ ଦିଗ୍‌ଦର୍ଶନ ଦେଇ ଆସୁଛନ୍ତି । ସାମ୍ବାଦିକମାନେ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ଖବର ପରିବେଷଣ କରୁଛନ୍ତି । ଅନ୍ୟତମ ଅତିଥି ଭାବେ ଓଟିଡ଼ିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଯୋଗ ଦେଇ ଆଧୁନିକ ଯୁଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିବାବେଳେ ଗଠନ ମୂଳକ ସତ୍ୟ ନିଷ୍ଟ ଖବର ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା କମିଶନର ଦିଲ୍ଲୀପ ବିଶୋଇ ଯୋଗ ଦେଇ ସାମ୍ବାଦିକମାନଙ୍କର ସଂପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିବାବେଳେ ଖବରର ସତ୍ୟତା ଅନୁସନ୍ଧାନ କରି ଖବର ପରିବେଷଣ କରିବା ସାମ୍ବାଦିକର ପ୍ରକୃତ କର୍ତବ୍ୟ ବୋଲି ମତ ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଅସ୍ତରଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ୱାଧୀନ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ରାଜ୍ୟ ସୂଚନା କମିଶନକୁ ବରିଷ୍ଠ ସାମ୍ବାଦିକ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ବରିଷ୍ଠ ଆଇନ୍‌ଜୀବୀ ପ୍ରଶାନ୍ତ କୁମାର ସାହୁ, ତିବିକ୍ରମ ରାମକୃଷ୍ଣ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ନାୟକ, ରାଜେନ୍ ଚୌଧୁରୀ ସମେତ ସମସ୍ତ ଜିଲା ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ଚିକିତ୍ସା ସହାୟତା ସ୍ୱାସ୍ଥ୍ୟବୀମା ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ସହ ପିତାମାତାଙ୍କୁ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରିବା, ପ୍ରେସ୍ ଏକାଡ଼େମୀ ଗଠନ, ସାମ୍ବାଦିକ ଅଧସ୍ୱିକୃତିକୁ ଅଧିକ ତଥା ବ୍ୟାପକ କରିବା, ଅବସରକାଳୀନ ଭତା ସଂପର୍କରେ ଦାବି ଉପସ୍ଥାପନା କରାଯାଇଥିବା ବେଳେ ଆଗାମୀ ଦିନରେ ସରକାରଙ୍କ ନିକଟରେ ଦାବି ପୂରଣ ଲାଗି ଉଦ୍ୟମ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଂଚଳର ଶତାଧିକ ସାମ୍ବାଦିକ, ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।