ନନ୍ଦନକାନନରେ ସିଂହୀ ‘ସୁପ୍ରିୟା’ର ମୃତ୍ୟୁ

ଭୁବନେଶ୍ୱର(ଏସ୍ ନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ସୁପ୍ରିୟା’ର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ନନ୍ଦନକାନନରେ ରହୁଥିବା ସୁପ୍ରିୟାକୁ ୧୫ ବର୍ଷ ହୋଇଥିଲା। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏଠାରେ ପ୍ରକାଶଥାଉକି, ସିଂହୀ ସୁପ୍ରିୟାର ଜନ୍ମ ୧୯୯୪ ମସିହାରେ ହୋଇଥିଲା। ନନ୍ଦନକାନନରେ ରହୁଥିବା ବେଳେ ଗତ କିଛି ଦିନ ଧରି ‘ସୁପ୍ରିୟା’ର ଶରୀର ଅବସ୍ଥା ଠିକ୍ ନ ଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଯା‌ଏ ଓ ପୁଣି କିଛିଦିନ ବ୍ୟବଧାନରେ ଅସୁସ୍ଥ ହୋଇଯାଏ। ଏପରି ଅବସ୍ଥାରେ ତା’ର ଚିକିତ୍ସା ଜାରି ରହିଥିବା ବେଳେ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ହୋଇଛି।