ଗିରଫ ହେଲେ ବୌଦ୍ଧ ଡେପୁଟି କଲେକ୍ଟର

ଭୁବନେଶ୍ୱର(ଏସ୍ ନ୍ୟୁଜ): ସ୍ତ୍ରୀଙ୍କୁ ଶାରୀରିକ ନିର୍ଯ୍ୟାତନା ସହିତ ଅନ୍ୟ ମହିଳାଙ୍କ ସହିତ ସଂପର୍କ ରଖିବା ଅଭିଯୋଗରେ ଗିରଫ ହେଲେ ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ । ପତ୍ନୀ ଡୋଳିଆ ଦେବନାଥଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ଝାରସୁଗୁଡା ଟାଉନ ଥାନା ପୋଲିସ । ଏନେଇ ଝାରସୁଗୁଡା ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି ।

ଅଭିଯୋଗ ମୁତାବିକ ବୌଦ୍ଧ ଜିଲ୍ଲାରେ ଡେପୁଟି କଲେକ୍ଟର ଦାୟିତ୍ୱରେ ଥିବା ଶରତ ବାଗ୍ କୌଣସି କାମରେ ଗତକାଲି ଝାରସୁଗୁଡା ଆସିଥିଲେ। ଆଉ ଯିବା ସମୟରେ ସେ ବସଷ୍ଟାଣ୍ଡ ନିକଟରେ ତାଙ୍କ ସ୍ବାମୀ ଶରତଙ୍କୁ ଦେଖିଥିଲେ। ସେ ତାଙ୍କ କାର ଯୋଗେ ଯାଉଥିବା ବେଳେ ତାଙ୍କ ସହିତ ଜଣେ ଯୁବତୀ ଓ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଥିଲେ। ସେ କାରକୁ ପିଛା କରିଥିଲେ । ସେମାନେ ଏକ ମଦ ଦୋକାନରୁ ମଦ କିଣିବା ପରେ କୋଲାବିରା ଅନ୍ତ ଢ଼ାବାକୁ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ସେମାନେ ସେଠାରୁ ଫେରି ଜଣଙ୍କ ଘରକୁ ଯାଇଥିଲେ । ଏହି ସମୟରେ ପତ୍ନୀ ମୋବାଇଲ ସୁଟିଂ ମୋଡ଼ ଅନ୍ କରି ଭିତରକୁ ପଶିଥିଲେ। ଘର ଭିତରେ ତାଙ୍କ ସ୍ବାମୀ ଏକ ଖଟରେ ଶୋଇଥିବା ବେଳେ ତାଙ୍କ ପାଖରେ ଉକ୍ତ ଯୁବତୀ ବସିଥିବା ଓ ପାଖରେ ତାଙ୍କ ସ୍ବାମୀଙ୍କ ଭାଇ ଓ ଅନ୍ୟମାନେ ଥିବା ଦେଖିଥିଲେ।

ଏହାକୁ ସେ ପ୍ରତିବାଦ କରିବା ପରେ ସେଠାରେ ସମସ୍ତେ ତାଙ୍କୁ ବାଡ଼ି ଓ ଲୁହା ରଡ଼ରେ ମାଡ଼ ମାରିଥିବା ସହିତ ବନ୍ଧୁକ ଦେଖାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏଥିରେ ସେ ଭୟଭୀତ ହୋଇ ସେଠାରୁ ଜୀବନ ରକ୍ଷା କରି କୌଣସି ପ୍ରକାରେ ଖସି ଆସିଥିଲେ। ସେ ସେଠାରୁ ଏସ୍ପିଙ୍କ ଅଫିସକୁ ଯାଇ ମୌଖିକ ଓ ପରେ ବିଟିଏମ୍ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ପତ୍ନୀଙ୍କ ମୌଖିକ ଅଭିଯୋଗ ପରେ ତୁରନ୍ତ ତାଙ୍କର ଜିଲ୍ଲା ଡାକ୍ତରଖାନାକୁ ନେଇ ପରୀକ୍ଷା କରାଯାଇଥିଲା । ଡାକ୍ତରଖାନାରୁ ଫେରିବା ପରେ ସେ ଥାନାରେ ଏତଲା ଦେଇଥିଲେ । ଅନ୍ୟପଟେ ପୁରା ଘଟଣାକୁ ଷଡଯନ୍ତ୍ର ବୋଲି କହିଥିଲେ ବୌଦ୍ଧ ଡେପୁଟି କଲେକ୍ଟର କହିଛନ୍ତି ।