ସଦା ସ୍ମରଣୀୟ ରହିବେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି
ବିଧାନସଭା ପରିସରରେ ପାରଳା ମହାରାଜାଙ୍କ ଜୟନ୍ତୀ
ନବଉକ୍ରଳ ନିର୍ମାତା, ବିଚ୍ଛିନ୍ନ ଉତ୍କଳର ଏକତ୍ରିକରଣର କର୍ଣ୍ଣଧାର ,…
ଭୁବନେଶ୍ୱର: ନବଉକ୍ରଳ ନିର୍ମାତା, ବିଚ୍ଛିନ୍ନ ଉତ୍କଳର ଏକତ୍ରିକରଣର କର୍ଣ୍ଣଧାର, ସାହିତ୍ୟାନୁରାଗୀ, ସୁଶାସକ ତଥା ପ୍ରଜାବତ୍ସଳ, ଦାନବୀର ରୂପେ ସର୍ବଜନବିଦିତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଉକ୍ରଳମାତାର ସେବାରେ ନିଜକୁ ନିୟୋଜିତ କରିଥିଲେ। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବାରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।
୧୮୯୨ ମସିହା ଅପ୍ରେଲ ୨୬ ତାରିଖରେ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡିର ରାଜପରିବାରରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ପିତା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ଓ ମାତା ରାଧାମଣି ଦେବୀଙ୍କର କୋଳମଣ୍ଡନ କରିଥିଲେ। ୧୯୭୪ ମସିହା ମଇ ମାସ ୨୫ ତାରିଖରେ ୮୨ ବର୍ଷ ବୟସରେ ପାରଳାଖେମୁଣ୍ଡି ସହରରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ କର୍ମମୟ ଜୀବନର ଅବସାନ ଘଟିଥିଲା। ଓଡିଆ ଭାଷାଭାଷୀ ଅଂଚଳକୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ତାଙ୍କର ଅଦମ୍ୟ ପ୍ରଚେଷ୍ଟା ଥିଲା ଅତୁଳନୀୟ।
ଜଣେ ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ତଥା ସୁଶାସକ ଭାବେ ତାଙ୍କର ନାମ ଚିରଦିନ ପାଇଁ ଓଡିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଭୁବନେଶ୍ୱର (ଏକାମ୍ର) ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ, ଉତ୍କଳ ସମ୍ମିଳନୀ ଓ ପୂଜ୍ୟପୂଜା ସଂସଦର ସଦସ୍ୟବୃନ୍ଦ, ପାରଳା ଗଜପତି ବିକାଶ ପରିଷଦର ବରିଷ୍ଠ କାର୍ୟ୍ୟକର୍ତା ପ୍ରମୁଖ ଉପସ୍ଥିତ ରହି କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା।ଭୁବନେଶ୍ୱର: ଓଡ଼ିଆ ଭାଷାଭାଷୀ ଅଂଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅପୂର୍ବ ନେତୃତ୍ୱ ପ୍ରଦାନ କରିଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓଡ଼ିଆ ଜାତିର ସ୍ୱାଭିମାନ ଓ ଅସ୍ମିତାର ଏକ ଅବିସ୍ମରଣୀୟ ପ୍ରତୀକ ଭାବେ ସଦା ସ୍ମରଣୀୟ। ତାଙ୍କର ଦୂରଦୃଷ୍ଟି, ପ୍ରଜାନୁରଞ୍ଜନ ଶାସନ ଓ ରାଜ୍ୟ ଗଠନରେ ଅବଦାନ ଓଡ଼ିଶାର ଇତିହାସକୁ ଏକ ଦୃଢ଼ ଭିତି ପ୍ରଦାନ କରିଛି। ଏହି ଅବସରରେ ଆଜି ସକାଳ ୮ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ପରିବହନ ଭବନ ସମ୍ମୁଖ ଏଜି ଛକରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି, ଓଡ଼ିଶା ବିଧାନସଭା ଶ୍ରୀମତୀ ସୁରମା ପାଢ଼ୀ ଓ ମାନ୍ୟବର ସାଂସଦ, ବ୍ରହ୍ମପୁର ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହାସହ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ସହକାରୀ ଅର୍ଥ ପରାମର୍ଶଦାତା ତଥା ଉପ ଶାସନ ସଚିବ ଶ୍ରୀ ପୃଥ୍ୱୀରାଜ ପାଣି, ସହକାରୀ ନିର୍ଦ୍ଦେଶକ ଶ୍ରୀ ଦୀପକ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା, ଶ୍ରୀମତୀ ପ୍ରମୋଦିନୀ ଟେଟେ, ଶ୍ରୀ ସୁଜିତ ରଞ୍ଜନ ସ୍ୱାଇଁ ଓ ଶ୍ରୀ ଏମ୍. ଅଭିଶେକ୍ ସହିତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ସଂସ୍କୃତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପାରଳା ଗଜପତି ବିକାଶ ମଂଚ ସମେତ ଅନ୍ୟ ଅନୁଷ୍ଠାନ ଯୋଗଦାନ କରିଥିଲେ।