ମକର ସଂକ୍ରାନ୍ତି ରେ ଉଡିବନି ଗୁଡ଼ି

ଗଜପତି(ଏସ୍ ନ୍ୟୁଜ):ଗଜପତିରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଉପରେ ଲାଗିଲା କଟକଣା । ରାଜ୍ୟରେ କୋଭିଡ ସଂକ୍ରମଣ କମିନଥିବାବେଳେ ସାମାଜିକ, ରାଜନୈତିକ ଓ କ୍ରୀଡା ସମାବେଶ ଉପରେ କଟକଣା ରହିଛି । ଏପଟେ ନୂଆ ରୁପରେ କରୋନା ଭୂତାଣୁ ବ୍ରିଟେନରୁ ବ୍ୟାପିବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ତେଣୁ ଆଗାମୀ ୧୪ ତାରିଖରେ ଗଜପତି ଜିଲ୍ଲାରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଏସଓପି ଜାରି କରାଯାଇଛି ।
। ୧୪ରୁ ୧୬ ତାରିଖ ଯାଏଁ ମକର ସଂକ୍ରାନ୍ତି ଅବସରରେ ସୀତା ପାହାଡରେ ପୂଜାର୍ଚ୍ଚରା ସହ ଉତ୍ସବ ପାଳନ ଓ ଗୁଡିଉଡା ପାଇଁ ପ୍ରବଳ ଗହଳି ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କହିଛି ଯେ, କୋଭିଡ ନୟମକୁ ମାନି ଉତ୍ସବ ପାଳନ ପାଇଁ ଅନୁମତି ଦିିଆଯିବ । ଅର୍ଥାତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଓ ହାତ ଧୋଇବା ଭଳି କୋଭଡ ସତର୍କତା ଭିତରେ ମକର ସଂକ୍ରାନ୍ତି ଉତ୍ସବ ପାଳନ କରିବାକୁ କୁହାଯାଇଛି ।