ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଶିଶୁ କନ୍ୟା ମୃତ

ଉଦଳା: ମୟୂରଭଞ୍ଜ ଜିଲ୍ଲାର ଉଦଳାଠାରେ ପୋଖରୀରେ ବୁଡି ଯାଇ ଦେଢ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । କପ୍ତିପଦା ଥାନା ଗେଣ୍ଡାଗଡ଼ିଆ ଗାଁରେ ଏପରି ଅଘଟଣ ଘଟିଥିବା କଥା ସାମ୍ନାକୁ ଆସିଛି ।  ଏହି ଶିଶୁ ଖେଳୁଥିବା ବେଳେ ଘର ପଛରେ ଥିବା ପୋଖରୀରେ ପଡ଼ିଯାଇ ପ୍ରାଣ ହରାଇଛି । କିଛି ସମୟ ନ ପାଇବାରୁ ଘରଲୋକ ଏବଂ ଗାଁ ଲୋକେ ଅନେକ ଖୋଜାଖୋଜି କରିଥିଲେ । ଏହାପରେ ପାଖରେ ଥିବା ପୋଖରୀରେ ପଡ଼ିଯାଇଥିବା କଥା ଶୁଣି ପୋଖରୀରେ ଭିତରେ ଝିଅଟିକୁ ପାଇଥିଲେ ।

ଘଟଣାସ୍ଥଳରେ ନିକଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପରେ ମୃତ୍ୟୁ ଘୋଷଣା କରାଯାଇଛି । ପୋଲିସ ତଦନ୍ତ ଚଳାଇବା ସହ ମୃତଶିଶୁଙ୍କ ପରିବାରକୁ କ୍ଷତିପୂରଣ ଓ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ଅଞ୍ଚଳବାସୀ ଦାବି କରିଛନ୍ତି ।