୨୬ ଗ୍ରାମର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବାରିପଦା: ବାରିପଦା ଅବକାରୀ ବିଭାଗ ଶନିବାର ଅପରାହ୍ନ ସମୟରେ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଥିବା ଜଣେ ଯୁବକକୁ ଗିରଫ କରିଛି। ବିଭାଗ ଶୂନଗଡ଼ିଆ ଅଞ୍ଚଳରେ ଚଢ଼ାଉ କରି ୨୬ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ୨୬ ବର୍ଷୀୟା ଅଜୟ ମୁଖୀ। ସେ ବ୍ରାଉନ ସୁଗାର ଡିଲର ବୋଲି କୁହାଯାଉଛି। ୨୬ ଗ୍ରାମ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି।