ଲେଡି ବ୍ଲାକ ମେଲର ଅର୍ଚନା ନାଗ ଗିରଫ ଘଟଣା: ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର: ଲେଡି ବ୍ଲାକ ମେଲର ଅର୍ଚନା ନାଗ ଗିରଫ ଘଟଣା । ଅର୍ଚନାଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ରାୟକୁ ସଂରକ୍ଷିତ ରଖିଛନ୍ତି ଏସଡିଜେଏମ୍‌ କୋର୍ଟ। ଅର୍ଚ୍ଚନାଙ୍କ ନାମରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ଜାମିନ ଆବଦନର ଚାଲିଥିଲା ଶୁଣାଣି ।

ଭୁବନେଶ୍ଵର ଏସଡିଜେଏମ କୋର୍ଟରେ ହୋଇଥିଲା ଅର୍ଚ୍ଚନାଙ୍କ ଜାମିନ ସମ୍ପର୍କିତ ଶୁଣାଣୀ । ପ୍ରଯୋଜକ ଅକ୍ଷୟ ପରିଜାଙ୍କ ମାମଲାରେ ଗତ ୨୬ ତାରିଖରେ ଶୁଣାଣି କରିଥିଲେ କୋର୍ଟ । ପୁନଃ ଶୁଣାଣି ପାଇଁ ୫ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା । ପୂର୍ବରୁ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନାଙ୍କ ଜାମିନ ଖାରଜ କରିଥିଲେ କୋର୍ଟ।