ମୋଦୀଙ୍କଠାରୁ ଏପରି ଆଶା କରୁ ନଥିଲି: କେଜ୍ରିୱାଲ

ବିଜେପି ଆମ ମନୋବଳକୁ ଭାଙ୍ଗି ପାରିବନି….

ନୂୂଆଦିଲ୍ଲୀ: ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ଆଲୋଚନା କହିଛନ୍ତି ଯେ ବିଜେପି ତାଙ୍କୁ ଗୁଜରାଟରେ ନିର୍ବାଚନ ନଲଢ଼ିବା ପାଇଁ ଏକ ସର୍ତ ବାଢ଼ିଥିଲା । ମୋ ଜାଣିବାରେ ମୋଦୀ ଭାରି ଲଢୁଆ । ପ୍ରତିଦ୍ୱନ୍ଦ୍ୱୀ ସହିତ ସମ୍ମୁଖ ଯୁଦ୍ଧକୁ ଭାରି ପସନ୍ଦ କରନ୍ତି । ଅରବିନ୍ଦଙ୍କ ମନ୍ତବ୍ୟ ଯଦି ସତ ହୋଇଥାଏ, ତେବେ ମୋଦୀ କ’ଣ ଏତେ ଡରୁଆ? ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗୋଟିଏ ଛୋଟିଆ କର୍ମୀରୁ ଆଜି ପ୍ରଧାନମନ୍ତ୍ରୀ, ଏତେବଡ଼ ଲମ୍ବା ଯାତ୍ରାର ସଫଳତା କ’ଣ କେବଳ ସାଲିସ୍‌ ଉପପରେ ଆଧାରିିତ ।

ଇଣ୍ଡିଆ ଟୁଡେ଼-ଅ।।ଜତକ୍‌ ସହ ଆଲୋଚନା କାଳରେ ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ବିଧାନସଭା ନିର୍ବାଚନ ସମେତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆପଣା ମତ ଉପସ୍ଥାପନ କରିଥିଲେ । ସତ୍ୟେନ୍ଦ୍ର ଜୈନ ମାମଲାରେ ଅରବିନ୍ଦ କହିଲେ ଯେ ଆମ ପାଖକୁ ବିଜେପିର ଅଫର୍‌ ଆସିଥିଲା ଯେ ଗୁଜରାଟ ଛାଡ଼ିଦିଅ, ଆମେ ସତ୍ୟେନ୍ଦ୍ରଙ୍କୁ ଛାଡ଼ିଦେବୁ ।

ମହାଠକ ସୁକେଶ ଚନ୍ଦ୍ରଶେଖର ସତ୍ୟେନ୍ଦ୍ର ଜୈନଙ୍କ ଉପରେ ଲଗାଇଥିବା ଅଭିଯୋଗକୁ ଗୁରୁତ୍ୱ ଦେଇ ଅରବିନ୍ଦ କହିଥିଲେ, ବହୁତ ଦିନ ତଳେ ଏମିତି ଗୋଟିଏ କାହାଣୀ ମନୋହର କାହାନିୟାରେ ପ୍ରକାଶ ପାଇଥିଲା । ଏବେ ବିଜେପି ଲୋକଙ୍କୁ ମନୋହର କାହାନିୟା ଶୁଣାଉଛି । ମୋର୍ବି ଝୁଲାପୋଲ ଦୁର୍ଘଟଣା ଉପରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ବିଜେପି ଏଭଳି ମନଗଢ଼ା କାହାଣୀ କହୁଛି ।

ପୁଣି ଅରବିନ୍ଦ କହିଛନ୍ତି, ସତ୍ୟେନ୍ଦ୍ର ଜୈନଙ୍କୁ ଆହୁୁରି ତିନିମାସ ପାଇଁ ଜେଲରେ ରଖିଦିଅନ୍ତୁ । ବିଜେପି ଆମ ମନୋବଳକୁ ଭାଙ୍ଗି ପାରିବନି । ଆମେ ଜନତାଙ୍କ ଆଗରେ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ମାମଲା କହିବୁ । କେନ୍ଦ୍ର ସରକାର ଜାଣିଶୁଣି ନାନା ଉପାୟରେ ସତ୍ୟେନ୍ଦ୍ରଙ୍କ ଜାମିନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି । ଗୁଜରାଟରେ ବିଜେପି କାମ କରିଥିଲେ ଆମକୁ କେହି ସ୍ୱାଗତ କରି ନଥାନ୍ତେ । ଏବେ ସେଠାକାର ଲୋକେ ମୋତେ ସଂପର୍କରେ ଡୋରରେ ବାନ୍ଧି ସାରିଲେଣି । ପଛକୁ ହଟିବା ସମ୍ଭବ ନୁହେଁ । ଲଢେ଼ଇ ହେବ ଯିଏ ଜିତିବ ସରକାର ଗଢ଼ିବ ।