ଭିଜିଲାନ୍ସ ଜାଲରେ ମୁକୁନ୍ଦପୁରପାଟଣା ଜିଆର୍‌ଏସ୍

କେନ୍ଦୁଝର(ଏସ୍ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ପଞ୍ଚାୟତର ଜିଆର୍‌ଏସ୍‌ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି‌। ଭିଜିଲାନ୍ସ ଟିମ୍ ଜିଆର୍‌ଏସ୍‌ ସୌଭାଗ୍ୟଲକ୍ଷ୍ମୀଙ୍କ ବାସଭବନ, ଅଫିସ ଏବଂ ହୋଟେଲ ସମେତ ୪ଟି ସ୍ଥାନରେ ଏକାସାଙ୍ଗରେ ଯାଞ୍ଚ କରୁଛି ‌। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି।