ସମ୍ବଲପୁର, ଝାରସୁଗୁଡ଼ା ଓ ଗଂଜାମ ଜିଲ୍ଲାରେ ଗଡ଼ିବ ‘ମୋ ବସ୍’

ଭୁବନେଶ୍ୱର: ଦୋୖତ ନଗରୀ କଟକ-ଭୁବନେଶ୍ୱରରେ ମୋ ବସ୍ ସେବାକୁ ମିଳିଛି ବିପୁଳ ସଫଳତା। ଏବେ ଏହି ସେବାକୁ ଅନ୍ୟ ଜିଲ୍ଲା ମାନଙ୍କୁ ସମ୍ପ୍ରସାରଣ କରିବାକୁ ସରକାର ନିଷ୍ପତି ନେଇଛନ୍ତି। ସମ୍ବଲପୁର,ବ୍ରହ୍ମପୁର ଓ ଝାରସୁଗୁଡ଼ା ଅର୍ବାନ କ୍ଳଷ୍ଟରରେ ” ମୋ ବସ୍ ” ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଦେଇଛନ୍ତି। ବର୍ତ୍ତମାନ ସେହି ସବୁ ଅଞ୍ଚଳର ଲୋକମାନଙ୍କ ଦାବୀକୁ ବିଚାରକୁ ନେଇ ଏହି ସେବା ଅରମ୍ଭ କରାଯାଉଛି। କ୍ୟାପିଟାଲ ରିଜିଅଜିନ୍ ଅର୍ବାନ୍ ଟ୍ରନ୍ସପୋର୍ଟ(CRUT) ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।