ଦିନ ୨ଟା ୩୦ରେ ସମ୍ବଲପୁରରେ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପ୍ରବଳ ଖରା ସହିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପଶ୍ଚିମଓଡ଼ିଶାରେ ଖରାର ପ୍ରକୋପ ଅଧିକ ରହୁଛି। ଉପକୂଳ ଓଡ଼ିଶାରେ ଖରା କମ୍‌ ଥିଲେ ମଧ୍ୟ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି। ସକାଳ ୯ଟା ପରେ ଓ ଅପରାହ୍‌ଣ ୪ଟା ପୂର୍ବରୁ ବାହାରକୁ ବାହାରିବା ଅସହ୍ୟ ହେଉଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଆକଳନ କରାଯାଇଛି। ସମ୍ବଲପୁର ଓ ହୀରାକୁଦରେ ୪୩.୨ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦିନ ୨ଟା ୩୦ ମିନିଟରେ ଝାରସୁଗୁଡାରେ ୪୦, ଚାନ୍ଦବାଲିରେ ୩୯.୨, ଭୁବନେଶ୍ୱରରେ ୩୬.୪, ବାଲେଶ୍ୱରରେ ୩୬.୦, ପୁରୀରେ ୩୪.୦, ଗୋପାଳପୁରରେ ୩୩.୨, ପାରାଦୀପରେ ୩୨.୮ ଓ କେନ୍ଦୁଝରରେ ୨୫.୨ ଡ଼ିଗ୍ରି ରେକର୍ଡ ହୋଇଛି।