ଓଡିଆ ଝିଅ ବନିତା ସ୍ପେସ୍‌ ଆମ୍ବାସଡର ନିଯୁକ୍ତ

ନବରଙ୍ଗପୁର ଗାଦବାଗୁଡାର ଅଧ୍ୟାପକ ବନବିହାରୀ ….

ନବରଙ୍ଗପୁର: ନବରଙ୍ଗପୁର ଗାଦବାଗୁଡାର ଅଧ୍ୟାପକ ବନବିହାରୀ ଦାଶଙ୍କ ଝିଅ ବନିତା ଦାଶ ନାସା ସହ ଅନୁବନ୍ଧିତ ସ୍ପେସ୍‌ ଫାଉଣ୍‌ଡେସନ ଭାରତ ତରଫରୁ ସ୍ପେସ୍‌ ଏଜୁକେସନ୍‌ ଫାଉଣ୍‌ଡେସନ ପାଇଁ ଅଷ୍ଟରଏଡ୍‌ ସର୍ଚ୍ଚ କ୍ୟାମ୍ପନର ଆମ୍ବାସଡର ଭାବେ ନିଯୁକ୍ତି ପାଇଛନ୍ତି। ବନିତା ଓଡ଼ିଶାର ବିଭିନ୍ନ ଅଂଚଳରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କୁ ଆଷ୍ଟରଏଡ୍‌ ସର୍ଚ୍ଚ କ୍ୟାମ୍‌ପେନରେ ଭାଗ ନେବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।

ନବରଙ୍ଗପୁର ପରି ପଛୁଆ ଜିଲ୍ଲାର ଆଗୁଆ ଝିଅ ବନିତା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ଆଗାମୀ ଦିନରେ ସେ ଆଦିବାସୀ ବହୁଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି କ୍ଷ ଏଥିପାଇଁ ସେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପତ୍ରାଳାପ କରି ସାରିଛନ୍ତି। ଗତ ୬ ତାରିଖ ଦିନ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନରେ ଅୟୋଜିତ ଡିଜାଇନ୍‌ ଫର୍‌ ଭାରତ ଯୁବ ଇନୋଭେସନ୍‌ ଚ୍ୟାଲେଞ୍ଜ-୨୦୨୬ କାର୍ଯ୍ୟକ୍ରମରେ ବନୀତା ‘ଲିଟିଲ ଏକ୍ସପ୍‌ଲୋରସ୍‌ ସ୍କେପ୍‌’ ନାମକ ଏକ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ଉକ୍ତ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ରହିଥିଲା ଅତି ଅଳ୍ପ ଟଙ୍କାରେ ଦୂରବୀକ୍ଷଣ ଯନ୍ତ୍ର ପ୍ରସ୍ତୁତ କରି ଗ୍ରାମାଂଚଳର ଗରିବ ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା। ଏଥିରେ ବନୀତା ଅଂଶଗ୍ରହଣ କରି ପୁରସ୍କୃତ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।