ନବୀନ ସରକାରଙ୍କ ପଞ୍ଚମ ଇନିଂସର ଦ୍ବିତୀୟ ବର୍ଷ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ବିଜୁ ଜନତା ଦଳ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ମନ୍ତ୍ରୀ ପରିଷଦର ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୦ମ ସଭା ଅନୁଷ୍ଠିତ ହେଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର ଗତ ଦୁଇବର୍ଷ ମଧ୍ୟରେ ଓଡିଶା ମୁକାବିଲା କରିଥିବା ବାତ୍ୟା, ବନ୍ୟା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ନିକଟରେ ଆସିଥିବା ବାତ୍ୟା ‘ୟସ୍‌’ ଜନିତ କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିଲେବି ଗୋଟିଚାଳନାରେ ସେମାନଙ୍କୁ ମୁକାବିଲା କରିବାରେ ନବୀନ ସର୍ବଦା ଚର୍ଚିତରେ ଆଗରେ ଥାନ୍ତି।
ଦଳକୁ ୨୪ବର୍ଷ ପୁରିଛି,ପ୍ରଥମେ ଦଳ ଗଠନ ସମୟରେ ରାଜନୀତିରେ କୌଣସି ଧାରଣା ନଥିବା ନବାଗତା ନବୀନ ଆଜି କେବଳ ଓଡିଶା ନୁହେଁ ଜାତୀୟ ରାଜନୀତିରେ ଜଣେ ଆଗଧାଡିର ପରିପକ୍ଵ ରାଜନେତା । ନିଜର ଦକ୍ଷତା ଓ ବିଚକ୍ଷଣ ବୁଦ୍ଧିରେ ସେ କ୍ଷମତାକୁ ଆସିବାପରେ ଆଉ ପଛକୁ ଫେରି ନାହାନ୍ତି କିମ୍ବା ବିରୋଧୀଙ୍କୁ ଆଗକୁ ଉଧେଇବାକୁ ଦେଇନାହାନ୍ତି ।
ସୂଚନା ଥାଉକି ସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗତ ଦୁଇବର୍ଷ ମଧ୍ୟରେ ଓଡିଶା କୋଭିଡ୍ ମହାମାରୀର ପ୍ରଥମ ଓ ଦ୍ବିତୀୟ ଲହର କିପରି ମୁକାବିଲା କରୁଛି ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଓଡିଶାକୁ ବିପର୍ଯ୍ୟୟ ତଥା ମହାମାରୀ ମୁକାବିଲା କ୍ଷେତ୍ରରେ ଅଧିକ ସକ୍ଷମ ଓ ସଶକ୍ତ କରାଇବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଏକ ସଂକଳ୍ପ ପତ୍ର ଏହି ବୈଠକରେ ଅନୁମୋଦିତ ହୋଇଥିଲା।