ନାଗିନ ଡ୍ୟାନ୍ସ! ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ କାର୍ଯ୍ୟରୁ ନିଲମ୍ବନ ହେଲେ ତହସିଲଦାର

ସୁକିନ୍ଦା,(ଏସ୍ ନ୍ୟୁଜ): ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା କୁ କରି ଭାଇ ବାହାଘରରେ ନାଗିନ ଡ୍ୟାନ୍ସ କରିବା ମହଙ୍ଗା ପଡିଛି ମହିଳା ତହସିଲଦାରଙ୍କୁ । କୋଭିଡ କଟକଣାକୁ ଫୁ କରି ଏପରି ବିଶୃଙ୍ଖଳିତ କାର୍ଯ୍ୟକଳାପ ପାଇଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣା ପଡିଛି । ଗତ ମେ ୨୧ତାରିଖ ଦିନ ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରି ତହସିଲଦାର ଶ୍ରୀମତୀ ବେହେରା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟିଥିଲେ । କୋଭିଡ୍ କଟକଣାକୁ ଫୁ କରି ୭୦ରୁ ୮୦ ବରଯାତ୍ରୀଙ୍କୁ ନେଇ ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ରାତ୍ର ବେଳା ଶୋଭାଯାତ୍ରା କରି ରାଜରାସ୍ତାରେ ବାଦ୍ୟର ତାଳେ ତାଳେ ନାଗିନ୍ ଡ୍ୟାନ୍ସ ପରିବେଷଣ କରିଥିଲେ । ଯାହାକୁ ନେଇ ଗତ ମେ ୨୩ ତାରିଖ ଦିନ ସ୍ଥାନୀୟ ସରପଞ୍ଚ ସିଲାରାଣୀ ଖଣ୍ଡୁଆଳଙ୍କ ଏତଲା କ୍ରମେ ତିର୍ତୋଲ ପୁଲିସ ମହାମାରି ଆଇନର ଧାରା ୩ ଓ ୫୧ ବିପର୍ଯ୍ୟୟ ପରିଚାଳନା ଧାରା ଭଳି ସଂଗୀନ ମାମଲା ରୁଜୁ କରିଥିଲା । ପରେ ଘଟଣାକୁ ନେଇ ମାନବାଧିକାର କମିସନ ପକ୍ଷରୁ ଚଳିତ ମାସ ୭ ତାରିଖ ଜଗତସିଂପୁର ଜିଲ୍ଲାପାଳଙ୍କୁ ସୁକିନ୍ଦା ତହସିଲଦାର ଶ୍ରୀମତୀ ବେହେରା କରିଥିବା କୋଭିଡ୍ କଟକଣା ଉଲ୍ଲଂଘନ ଓ ସର୍ବସାଧାରଣରେ ଉତ୍ସବ ପାଳନ କରି ନୃତ୍ୟ କରିବା ଉପରେ କାର୍ଯ୍ୟନୁଠାନ ପାଇଁ ନିର୍ଦେଶ ଦେଇଥିଲେ ।