ଦେଶୀ ଡଙ୍ଗା ବୁଡ଼ିଗଲା, ଯୁବକ ନିଖୋଜ

ବାଙ୍କି: ମହାନଦୀରେ ଦେଶୀ ଡଙ୍ଗାଟିଏ ବୁଡ଼ି ଯିବାରୁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଏଭଳି ଦୁଃଖଦ ଘଟଣା ବାଙ୍କି ଥାନା ଅନ୍ତର୍ଗତ ସାହାଙ୍ଗା ଗୋପଲପୁର ଗ୍ରାମ ନିକଟରେ ଘଟିଛି । ଚାରିଜଣ ସାଙ୍ଗ ସହିତ ଡଙ୍ଗାରେ ବସି ଯୁବକ ଜଣକ ମହାନଦୀ ପାର ହେଉଥିଲା ବେଳେ ମଝିନଈରେ ଡଙ୍ଗା ଓଲଟି ପଡ଼ିଥିଲା ।

ଖବର ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଖୋଜିବାକୁ ଲାଗିଛି । ନିଖୋଜ ଯୁବକଙ୍କ ଘର ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ଅଂଚଳରେ । ନିଖୋଜ ଯୁବକଟି ତାଙ୍କ ସାଙ୍ଗ ଘରକୁ ବୁଲିବାକୁ ଯାଇଥିଲେ ।