ମମତାଙ୍କ ଆରୋଗ୍ୟ କାମନା କଲେ ନବୀନ

କୋଲକତା(ଏସ୍ ନ୍ୟୁଜ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ମମତା ଆହତ ହୋଇଥିଲେ । ହସ୍ପିଟାଲରେ ମମତା ଚିକିତ୍ସାଧୀନ ଥିବା ବେଳେ ନବୀନ ଚିନ୍ତା ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ମମତାଙ୍କ କାର୍ ଉପରେ କିଛି ଲୋକ ଆକ୍ରମଣ କରିଥିବା ମମତା ଅଭିଯୋଗ କରିଛନ୍ତି । ଆହତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯିବା ସହିତ ତାଙ୍କୁ କୋଲକତା ଅଣାଯାଇଥିଲା । ମମତାଙ୍କ ପାଦରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।