ହାଇୱାକୁ ଧକ୍କା ଦେଲେ ଅଟୋ ଜଣେ ମୃତ, ୪ ଗୁରୁତର ଆହତ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘୋର ହନୁମାନ ମନ୍ଦିର ନିକଟରେ ବିଳମ୍ବିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ନନ୍ଦିଘୋର ଗାଁର ଦିଲୀପ ଦାସ।ଗତକାଲି ରାତିରେ ଦିଲୀପ ଏବଂ ତାଙ୍କର ୪ ଜଣ ସମ୍ପର୍କୀୟ ଏକ ଅଟୋରେ ଶରଣକୁଳରୁ ନିଜ ଗାଁ ନନ୍ଦିଘୋରକୁ ଫେରୁଥିଲେ। ଓଡଗାଁ ହନୁମାନ ମନ୍ଦିର ନିକଟରେ ଏକ ହାଇୱା ରାସ୍ତା କଡ଼ରେ ଠିଆ ହୋଇଥିଲା। ଅଟୋଟି ଭାରସାମ୍ୟ ହାଇୱାକୁ ପଛରୁ ଧକ୍କା ଦେଇଥିଲା। ଦିଲୀପଙ୍କ ମୁଣ୍ଡ ହାଇୱାରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ଅଟୋରେ ଥିବା ଅନ୍ୟ୪ ଜଣ ଆହତ ହୋଇଥିଲେ।

ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଦୁର୍ଘଟଣା ପରେ ଅଟୋ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି।