ଦଶାହ ଭୋଜି ଖାଇ ୩୦ରୁ ଅଧିକ ଅସୁସ୍ଥ

ସୁନ୍ଦରଗଡ:  ଦଶାହ ଭୋଜି ଖାଇ ୩୦ରୁ ଅଧିକ ଅସୁସ୍ଥ । ସମସ୍ତଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ମାଲଦା ପଞ୍ଚାୟତ ଅନ୍ତର୍ଗତ ସାନଇନ୍ଦିପୂର ଗ୍ରାମଠାରେ ଗତ ବୁଧୁବାର ଦିନ ଗ୍ରାମର ଏକ ଦଶାହ କର୍ମରେ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଅସୁସ୍ଥ ହୋଇ ଝାଡ଼ାବାନ୍ତି ଲାଗି ରହିଥିବା ଦେଖିବାକୁ ମିଳିଥିଲା । ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଇ ଚିକିତ୍ସିତ ହେଉଛନ୍ତି । କୂଅ ପାଣି ରୋଷେଇ ହୋଇ ଥିଲା, ପାଣି ଯୋଗୁ ଏପରି ହୋଇଥାଏ ଅନୁମାନ କରାଯାଉ ଥିବା ବେଳେ ଏକ ଟିମ ଗ୍ରାମରେ ପହଞ୍ଚି ପାଣିର ନମୁନା ସଂଗ୍ରହ କରାଯାଉଛି ।