୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧିହେଲା ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା -shaksi news

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନଗୁଡ଼ିକୁ ଏକ ମାର୍ଗଦର୍ଶିକା ଜାରି କରିଛି ମନ୍ତ୍ରଣାଳୟ।

ପୂର୍ବରୁ ମୋଟର ଯାନ ଆଇନ ତଥା କେନ୍ଦ୍ରୀୟ ମୋଟର ଯାନ ନିୟମ ସମ୍ବନ୍ଧୀୟ କାଗଜପତ୍ରରର ବୈଧତାକୁ ୩୦ ମାର୍ଚ୍ଚ, ୨୦୨୦ ପରେ ୯ ଜୁନ ୨୦୨୦ ଏବଂ ୨୪ ଅଗଷ୍ଟ ୨୦୨୦ରେ ସମ୍ପ୍ରସାରଣ କରିବା ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରିଥିଲା । ଫିଟନେସ, ପରମିଟ (ସମସ୍ତ ପ୍ରକାରର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଏ ସଂକ୍ରାନ୍ତ ଅନ୍ୟ କୌଣସି କାଗଜପତ୍ରର ବୈଧତା ୩୧ ଡିସେମ୍ବର, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ସେହିପରି ବାର୍ତ୍ତମାନ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି, “କୋଭିଡ ସଂକ୍ରମଣକୁ ପ୍ରତିହତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ କାଗଜପତ୍ର ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ବୈଧ ବୋଲି ବିଚାର କରାଯିବ । ଏଥିରେ ସେସବୁ କାଗଜପତ୍ର ମଧ୍ୟ ସାମିଲ ରହିଛି ଯାହାର ବୈଧତା ୧ ଫେବୃଆରୀ, ୨୦୨୦ ପରଠାରୁ ଶେଷ ହୋଇସାରିଛି କିମ୍ବା ୩୧ ମାର୍ଚ୍ଚ, ୨୦୨୧ ସୁଦ୍ଧା ଶେଷ ହେବ ।

ଆହୁରି ମଧ୍ୟ ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ “ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ଏପରି କାଗଜପତ୍ରକୁ ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ବୈଧ ବୋଲି ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି। ନାଗରିକମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ପରିବହନ ସମ୍ବନ୍ଧୀୟ ସେବା ଉପଲବ୍ଧ କରିବାରେ ସହାୟକ ହେବ ।