ଶ୍ରୀତମଙ୍କୁ କରୋନା

ଭୁବନେଶ୍ୱର(ଏସ୍ ନ୍ୟୁଜ): ଜଣାଶୁଣା ଓଡ଼ିଆ ସିନେ ଅଭିନେତା ଶ୍ରୀତମ୍ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ସୋସିଆଲ୍ ମିଡ଼ିଆ ଯୋଗେ ଖବର ଦେଇଛନ୍ତି।

କରୋନାରେ ଆକ୍ରାନ୍ତ ହେବାପରେ ସେ କୌଣସି ସୁଟିଂ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ସାମିଲ୍ ହେବେନାହିଁ ବୋଲି ଟ୍ବିଟରରେ ଲେଖିଛନ୍ତି ଶ୍ରୀତମ୍। ଏଥିସହ ସମସ୍ତଙ୍କୁ ସେ ସତର୍କ ହେବାପାଇଁ ସୂଚନା ଦେଇଛନ୍ତି ଏବଂ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରବିବାର ବରିଷ୍ଠ ଓଡ଼ିଆ କଳାକାର ଅଜିତ୍ ଦାଶଙ୍କର କରୋନାରେ ମୃତ୍ୟୁ ହୋଇଛି। ତାଙ୍କ ପୂର୍ବରୁ ହାସ୍ୟ ଅଭିନେତା ଗୁଡୁଙ୍କ ସହ ବହୁ ଟେଲି କଳାକାର କରୋନା ସଂକ୍ରମିତ ହୋଇଥିବା ଖବର ଆସିଥିଲା। ଆଉ ଏବେ ଓଡ଼ିଶା ସିନେ କଳାକାର ଆସୋସିଏସନର ସାଧାରଣ ସମ୍ପାଦକ ଥିବା ଶ୍ରୀତମ୍ କରୋନା ସଂକ୍ରମିତ ହୋଇଛନ୍ତି। ବହୁ ପ୍ରଂଶସକ ତାଙ୍କର ସୁସ୍ଥତା କାମନା କରିଛନ୍ତି।