କେନ୍ଦୁଝର: ଚଳିତ ଏପ୍ରିଲ ୩୦ ରୁ ମେ ୫ ତାରିଖ ଯାଏ କର୍ଣ୍ଣାଟକର ଶ୍ରୀରଙ୍ଗାପାଟନମ ଠାରେ ହେବାକୁ ଥିବା ୩୯ ତମ ଜାତୀୟ କନିଷ୍ଠ ବାଳିକା ଚମ୍ପିଆନସିପରେ ଭାଗ ନେବାପାଇଁ ୨୭ ତାରିଖ ଓଡ଼ିଶା ଦଳ କର୍ଣ୍ଣାଟକା ଯାତ୍ରା କରିବ । ଏହି ଦଳରେ କେନ୍ଦୁଝର ଜିଲ୍ଲାରୁ ୫ ଜଣ. ସାମିଲ ହୋଇଛନ୍ତି । ସେମାନେ ହେଲେ ସେ ଶ୍ରେୟା ଶ୍ରୀ ସୁଜୟା , ଶ୍ରେୟାନସି ସୁନୟନା ପାଣି , ପ୍ରତ୍ୟାଶା ପଣ୍ଡା , ପ୍ରତ୍ୟୁସା ପଲ୍ଲବି , ନିକିତା ପ୍ରିୟଦର୍ଶୀନୀ ମହାନ୍ତ ।
ଗତ ୧୭ ତାରିଖରୁ କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମରେ ଓଡ଼ିଶା ଦଳର ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜିତ ହୋଇଥିଲା । ଯେଉଁଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବଛା ବଛା ଖେଳାଳୀ ଭାଗ ନେଇଥିଲେ । ପ୍ରଶିକ୍ଷକ ପ୍ରଣୟ କୁମାର ପାଣି ଓ ସହ ପ୍ରଶିକ୍ଷିକ ଅନିତା ନାଏକ ଦଳକୁ ପ୍ରଶିକ୍ଷଣ ଦେଇ ଥିଲେ । କ୍ୟାମ୍ପ ସରିବା ପରେ ରାଜ୍ୟ ମନୋନୟନ କମିଟି ରାଜ୍ୟ ଦଳ ଘୋଷଣା କରିଥିଲେ । ଯେଉଁଥିରେ କେନ୍ଦୁଝର ଜିଲ୍ଲାରୁ ୫ ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ଯାହାକୁ ନେଇ ସଭାପତି ଇଂ ବସନ୍ତ କୁମାର ଦାନି ଓ ସମ୍ପାଦକ ରିତିକ ଅଧିକାରୀ ଖୁସି ବ୍ୟକ୍ତ କରିଛନ୍ତି ।