କରୋନା ଅପଡେଟ: ରେକର୍ଡ଼ ୨୯୨୪ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୬୦ ହଜାର ପାର

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦ଟି ଜିଲ୍ଲାରୁ ଆଜି ୨୯୨୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୮୧୫ ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ୧୧୦୯ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଯାଇଛି ।

 

୨୯୨୪ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୮୮ ଚିହ୍ନଟ କରାଯାଇଛି । ସେହିଭଳି ଗଞ୍ଜାମ -୩୧୮, ଅନୁଗୁଳ-୩୭, ବାଲେଶ୍ୱର-୧୨୭, ବରଗଡ଼-୪୮, ଭଦ୍ରକ-୧୦୭, ବଲାଙ୍ଗୀର-୨୭, ବୌଦ୍ଧ-୮, କଟକ-୧୮୯, ଦେବଗଡ଼-୧୬, ଢ଼େଙ୍କାନାଳ-୪୦, ଗଜପତି-୭୧, ଜଗତସିଂହପୁର-୪୭, ଯାଜପୁର-୨୦୦, ଝାରସୁଗୁଡ଼ା-୩୦, କଳାହାଣ୍ଡି-୨୭, କନ୍ଧମାଳ-୫୦, କେନ୍ଦ୍ରାପଡ଼ା-୬୦, କେଉଁଝର-୨୬, କୋରାପୁଟ-୯୫, ମାଲକାନଗିରି-୯୩, ମୟୁରଭଞ୍ଜ-୧୩୬, ନବରଙ୍ଗପୁର-୨୬, ନୟାଗଡ଼-୧୪୨, ନୂଆପଡ଼ା-୨୦, ପୁରୀ-୧୪୪, ରାୟଗଡ଼ା-୧୧୬, ସମ୍ବଲପୁର-୩୭, ସୋନପୁର-୩୮, ସୁନ୍ଦରଗଡ଼-୧୬୧ ।ସେମାନଙ୍କ ମଧ୍ୟରୁ ୪୦,୭୨୭ ଜଣ ସୁସ୍ଥ ହୋଇସାରିଲେଣି । ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୯୨୭ ।


ରାଜ୍ୟରେ ଆଜି ପୁଣି ୧୦ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଗଞ୍ଜାମ-ଭୁବନେଶ୍ୱରରୁ ୨ ଜଣ ପ୍ରାଣ ହରାଇଥିବାବେଳେ, ବଲାଙ୍ଗିରି, କଟକ, ସୋନପୁର, ଭଦ୍ରକ, ଯାଜପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୫୪ ମୃତ୍ୟୁବରଣ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪୪, ସୁନ୍ଦରଗଡ଼ରୁ ୨୧, କଟକରୁ ୧୭ ଜଣଙ୍କର ମୃତ୍ୟୁହେଲାଣି ।