ଜୀବନ ଯୁଦ୍ଧରେ ସଂଗ୍ରାମ ଜାରି ରଖିଥିବା ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ପରଲୋକରେ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଜୀବନ ଯୁଦ୍ଧରେ ସଂଗ୍ରାମ ଜାରି ରଖିଥିବା ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଶେଷରେ ହାରି ଯାଇଛନ୍ତି । ପରଲୋକରେ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଏହିପରି ଭାବରେ ମହାମାରୀ କରୋନା ରାକ୍ଷସ ନେଇଯାଇଛି ଅନେକ ମହାନ ବ୍ୟକ୍ତିଙ୍କ ଜୀବନ । କୋଲକାତାର ଏକ ସୁପର ସ୍ପ?ସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୦.୧୫ରେ ଦେବାଶିଷ ପାଣିଗ୍ରାହୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । କୋଭିଡରେ ସଂକ୍ରମିତ ହେବା ପରେ ଦେବାଶିଷ ଗୁରୁତର ହୋଇ ପଡ଼ିଥିଲେ । ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ଜୁନ ୮ରେ ତାଙ୍କୁ ଭୁବନେଶ୍ୱରରୁ ଏୟାରଲିଫ୍ଟ ଯୋଗେ କୋଲକାତା ନିଆଯାଇଥିଲା । ସେ କୋଭିଡରେ ସଂକ୍ରମିତ ହେବା ପରେ ପ୍ରଥମେ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦେବାଶିଷ ପାଣିଗ୍ରାହୀଙ୍କ ଫୁସଫୁସର ଜଟିଳତା ସୃଷ୍ଟି ହୋଇଥିବାରୁ ଡାକ୍ତରମାନେ ଇକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ୧୯୯୧ ବ୍ୟାଚର ଏହି ଆଇପିଏସ ଅଫିସର ଦୁଇଟି ଟିକା ନେଇ ସାରିଥିଲେ । ହେଲେ ମେ ମାସରେ କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ିଥିଲେ । ତେଣୁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା । ଚାରିଦିନ ତଳେ ତାଙ୍କ ରକ୍ତ ସଂକ୍ରମଣ ବଢ଼ି ଯାଇଥିଲା । ଡାଏଲିସିସ କରାଯିବାରୁ ରକ୍ତରେ ଅଙ୍ଗାରକାମ୍ଳ ପରିମାଣ ବହୁ ମାତ୍ରାରେ ବଢ଼ି ଯାଇଥିବା ଜଣାପଡ଼ିଥିଲା ଏହାପରେ ଇକମୋ ସାହାଯ୍ୟରେ ଅମ୍ଳଜାନ ଦେଇ ଅଙ୍ଗରକାମ୍ଳ ବାହାର କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ତାହା ବିଫଳ ହୋଇଥିଲା । ଶେଷରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଡକ୍ଟର ପାଣିଗ୍ରାହୀ ଜଣେ ଖ୍ୟାତନାମା ଗାଳ୍ପିକ ଭାବରେ ମଧ୍ୟ ସେ ପରିଚିତ ଥିଲେ । ରାଜନୀତି ବିଜ୍ଞାନରେ ସ୍ନାତକ କରିବା ପରେ ଦିଲ୍ଲୀ ଜେଏନ୍‌?ୟୁରୁ ଏମଫିଲ କରିଥିଲେ । ଏହା ପରେ ସେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ପରେ ୧୯୯୧ରେ ସେ ଆଇପିଏସ୍‌ ଭାବେରେ ଯୋଗ ଦେଇଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁଲିସ ଡିଜି ଶ୍ରୀ ଅଭୟ ଶୋକବ୍ୟକ୍ତ କରିଛନ୍ତି ।