ବିଏମସି ପକ୍ଷରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୟୁନିଟ୍-୪ ଆମିଷ ମାର୍କେଟକୁ ବନ୍ଦ କରି ଦିଆଯାଇଛି

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଶୁକ୍ରବାର ଦିନ ୟୁନିଟ-୪ ମାଛ ମାର୍କେଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ନାହିଁ ନଥିବା ଭିଡ ସାଙ୍ଗକୁ, ମାସ୍କ ମଧ୍ୟ ଠିକ୍ରେ ମୁହଁରେ ନଥିଲା । ରାଜଧାନୀରେ କିଛି ଅମାନିଆଙ୍କ ପାଇଁ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି । ନାଁ ମାନୁଛନ୍ତି ବିଏମସିର ଗାଇଡଲାଇନ ନାଁ କମିଶନରେଟ ପୁଲିସର କଟକଣା । ଶୁକ୍ରବାର ଦିନ ଭୋରରୁ କମିଶନରେଟ ପୁଲିସ ଓ ଭୁବନେଶ୍ୱର ମହାନିଗର ନିଗମ(ବିଏମସି) ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇଥିଲା । ହେଲେ କେହି କଟକଣାକୁ ମାନୁନଥିବା ଦେଖିବାକୁୁ ମିଳିଥିଲା । ଫଳରେ ବିଏମସି ପକ୍ଷରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୟୁନିଟ୍-୪ ଆମିଷ ମାର୍କେଟକୁ ବନ୍ଦ କରି ଦିଆଯାଇଛି । ପରବର୍ତୀ ଘୋଷଣାନୁସାରେ ମାର୍କେଟ ଖୋଲିବାକୁ ନେଇ ନିର୍ଦେଶ ଜାରି କରାଯିବ । ସେହିପରି ବାପୁଜୀନଗର ମାର୍କେଟରେ ମଧ୍ୟ ଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ନେଇ ବିଏମସି ପକ୍ଷରୁ ନିଦେ୍ର୍ଧଶାନାମା ଜାରି କରାଯାଇଛି ।