ଦୁଇ ଦିନ ପରେ ପୁଣି ବଢ଼ିଲା ତେଲ ଦର

ଭୁବନେଶ୍ୱର (ଏସ୍ ନ୍ୟୁଜ): ଦୁଇ ଦିନର ବ୍ରେକ ପରେ ଆଜି ପୁଣି ହାଇସ୍ପୀଡ୍‌ରେ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ଘଟିଛି। ସମ୍ବଲପୁର, ଭୁବନେଶ୍ୱର ଓ ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ଦର ୯୨ଟଙ୍କାରୁ ଅଧିକ ରହିଛି। ଫଳରେ ଦେଶର ଅନେକ ସହରରେ ତେଲ ଦର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି। ପୂର୍ବରୁ ପ୍ରିମିଅମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ଦର ବଢ଼ିବା ଯୋଗୁଁ ଏବେ ସାଧାରଣ ପେଟ୍ରୋଲ ମଧ୍ୟ ସେଞ୍ଚୁରୀ ମାରିଛି।