କାର-ବାଇକ ଧକ୍କାରେ ଜଣେ ମୃତ

କନ୍ଦରପୁର ଥାନା ଅନ୍ତର୍ଗତ ଫକୀରପଡା ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍‌ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍ ଚାଳକ ମୃତ୍ୟୁ ଘଟିଛି । ପଛରେ ବସିଥିବା ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ପଠାଯାଇଥିବା ଜଣାପଡିଛି। କାର୍ ଚାଳକକୁ ପୋଲିସ ଅଟକ ରଖିଛି।

ସୂଚନା ମୁତାବିକ, ଆଜି ଅପରାହ୍ନ ସମୟରେ କଟକ ପାରାଦ୍ବୀପ ରାସ୍ତାର କନ୍ଦରପୁର ଥାନା ଅନ୍ତର୍ଗତ ଫକୀରପଡ଼ା ବଜାର ନିକଟରେ ଏକ କାର( ଓଡ଼ି୦୨ ଏଏନ୍୨୯)ଓ ବାଇକ୍( ଓଡ଼ି୨୧ଏଫ୯୨୯୧)କୁ ସାମ୍ନା ପଟୁ ଧକ୍କା ଦେଇଥିଲା।ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ବାଇକଟି ଛିଟିକି ପଡିଥିଲା ଓ କାର ସମ୍ମୁଖ ଭାଗ ପୁରା ଭାଙ୍ଗିଯାଇଥିଲା। ବାଇକ୍ ଚଳାଉଥିବା ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ବାଇକ୍ ପଛ ସିଟ୍‌ରେ ବସିଥିବା ମହିଳା ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟଲୋକ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ପଠାଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଇକ୍ ଓ କାରକୁ ଜବତ କରିଥିବା