ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଇଡିର ଗତ ପାଞ୍ଚ ଘଣ୍ଟା ଧରି ଜେରା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗତ ପାଞ୍ଚ ଘଣ୍ଟା ଧରି ଦିଲ୍ଲୀରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିଚି । କୋଟି କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନ୍‌ଙ୍କୁ ଇଡି ଜେରା କରୁଥିବା ଜଣାପଡିଛି । କିନ୍ତୁ ମନି ଲଣ୍ଡ୍ରିଂର ଏହି ମାମଲା କାହା ସହ ଜଡ଼ିତ ରହିଛି ସେନେଇ କୌଣସି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଜ୍ୟାକଲିନ୍ ଗତ କିଛିଦିନ ହେବ ତାଙ୍କ ଆଗାମୀ ଫିଲ୍ମ ‘ଭୂତ ପୁଲିସ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମରେ ଜ୍ୟାକଲିନଙ୍କ ସହ ଅର୍ଜୁନ କପୁର, ସୈଫ ଅଲ୍ଲୀ ଖାନ୍ ଓ ୟାମି ଗୌତମ ନଜର ଆସିବେ।

ତେବେ ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ପୁର୍ବରୁ ଅନ୍ୟଜଣେ ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପଚରାଉଚୁରା କରିଥିଲା। ଗତ ୭ ଜୁଲାଇରେ ଟଙ୍କା ହେରଫେର ମାମଲାରେ ୟାମୀ ଗୌତମଙ୍କୁ ଇଡି ପଚରା ଉଚରା କରିଥିଲା।